Bikash Khabar
ଆଜି ଜାତୀୟ ଡାକ୍ତର ଦିବସ,ରୋଗୀଙ୍କ ପାଇଁ ଦ୍ୱିତୀୟ ଭଗବାନ ଙ୍କୁ ସମ୍ମାନ ଜଣାଇବାର ଦିନଟିଏ

 ଡାକ୍ତରଙ୍କ ଆବଶ୍ୟକତା ସବୁଦିନେ ରହିଥିବାବେଳେ ଆଜିର କରୋନା ମହାମାରୀ ସମୟରେ ସେମାନଙ୍କ ଅବାଦାନକୁ ଭୁଲି ହେବନାହିଁ। ଗତବର୍ଷ ଜାତୀୟ ଡାକ୍ତର ଦିବସର ବିଷୟବସ୍ତୁ ବା ଥିମ୍ ଡାକ୍ତରଙ୍କ ପ୍ରତି ହେଉଥିବା ଆକ୍ରମଣ ପ୍ରତି ଶୂନ୍ୟ ସହନଶୀଳନାଥିବାବେଳେ ଚଳିତବର୍ଷ ବିଷୟବସ୍ତୁ ରହିଛି କୋଭିଡ୍ଜିନତ ମୃତ୍ୟୁକୁ କମାଇବା କମିକ୍ ବହି ହିରୋ ହେଉ ବା ହଲିଉଡ ଚଳଚ୍ଚିତ୍ରର ସୁପରହିରୋ, ଡାକ୍ତର ହେଉଛନ୍ତି ସବୁଦିନ ପାଇଁ ପ୍ରକୃତ ହିରୋ। ଆଜିର କରୋନା ମହାମାରୀ ସମୟରେ ଯେଉଁ ଡାକ୍ତରମାନେ ନିଜର ନିଃସ୍ବାର୍ଥପର ସେବା ପ୍ରଦାନ କରି ଆସୁଛନ୍ତି ଏବେ ସେମାନଙ୍କୁ ଧନ୍ୟବାଦ ଦେବାରସମୟ ଆସିଛି। କରୋନା ମହାମାରୀରେ ଡାକ୍ତରମାନେ ହେଉଛନ୍ତି ଆଗଧାଡ଼ିର ଯୋଦ୍ଧା। ସଂକ୍ରମିତ ରୋଗୀଙ୍କ ଚିକିତ୍ସାରେ ପଛଘୁଞ୍ଚା ଦେଇ କିଭଳି ରୋଗୀଟିଏ ସୁସ୍ଥ ହେବ ଡାକ୍ତରମାନେ ଦିନରାତି ନିଜର ପ୍ରଚେଷ୍ଟା ଜାରି ରଖିଛନ୍ତି। ରୋଗୀଙ୍କ ଚିକିତ୍ସା ଭିତରେ ଅନେକ ଡାକ୍ତର ନିଜେ ମଧ୍ୟ ସଂକ୍ରମିତ ହେଉଛନ୍ତି, ହେଲେ ସେମାନଙ୍କ ନିଷ୍ଠା ସେବା ମନୋଭାବ ସେମାନଙ୍କୁ ମହାମାରୀଠାରୁ ଦୂରେଇ ରଖିପାରିନାହିଁ। ପ୍ରତ୍ୟେକ ଦିନ ଏକାଧିକ ରୋଗୀଙ୍କ ସଂସ୍ପର୍ଶରେ ଆସୁଥିଲେ ହେଁ, କରୋନା ସଂକ୍ରମିତ ବ୍ୟକ୍ତିଟିଏ ଯେ ଅନ୍ୟ ରୋଗୀଠାରୁ ଭିନ୍ନ ଏକଥା ଭାବି ଡାକ୍ତରମାନେ ସେବା ଦେଇ ଚାଲିଛନ୍ତି। କରୋନା ମୁକାବିଲା ସମୟରେ ଡାକ୍ତରମାନଙ୍କୁ ଘଣ୍ଟା ଘଣ୍ଟା ଧରି ପିପିଇ ବା ବ୍ୟକ୍ତିଗତ ସୁରକ୍ଷା ଉପକରଣ ପିନ୍ଧିବାକୁ ପଡ଼ୁଛି। ଏହି ସମୟରେ ଅନ୍ୟ କୌଣସି କାର୍ଯ୍ୟ କରିବା ସମ୍ଭବ ନୁହେଁ। ଏପରିକି କୋଭିଡ୍ଡ୍ୟୁଟିରେ ନିୟୋଜିତ ଡାକ୍ତରଙ୍କୁ ଘଣ୍ଟା ଘଣ୍ଟା ଧରି ମାସ୍କ ପିନ୍ଧିବାକୁ ପଡ଼ୁଥିବାରୁ ଅନେକଙ୍କ ନାକରୁ ରକ୍ତ ଝରୁଥିବାର ଭିଡିଓ ଜନମାନସକୁ ଆନ୍ଦୋଳିତ କରୁଛି। କେତେକ ସ୍ଥାନରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଯାଇଥିବା ଡାକ୍ତରଙ୍କୁ ମଧ୍ୟ ସ୍ଥାନୀୟ ଲୋକଙ୍କ ଆକ୍ରମଣର ଶିକାର ହେବାକୁ ପଡ଼ୁଛି। ତଥାପି ସେମାନେ ନିଜ ଦାୟିତ୍ବରୁ ଓହରି ଯାଇ ନାହାନ୍ତି। ଆଜିର ଏକ ଜଟିଳ ପରିସ୍ଥିତିରେ ଯେଉଁ ଡାକ୍ତରମାନେ ଆଗଧାଡ଼ିର ଯୋଦ୍ଧା ଭାବେ ନିଜକୁ ପ୍ରମାଣିତ କରିଛନ୍ତି ସେମାନଙ୍କ ପାଇଁ ସମସ୍ତେ କୃତଜ୍ଞ ରହିବେ।

01/07/2020

Leave a Reply

Your email address will not be published. Required fields are marked *

Comments