Bikash Khabar
ଆଜି ଗଣକବି ବୈଷ୍ଣବ ପାଣିଙ୍କ ଜନ୍ମଦିନ,ଅଲୋଡା ଗାଁ ଓ ଅଧାପନ୍ତରିଆ ରଙ୍ଗମଞ୍ଚ

ଆଜି ହେଉଛି ଓଡିଶା ଗୀତିନାଟ୍ୟ ମୁକୁଟ ବିହୀନ ସମ୍ରାଟ  ଗଣକବି ବୈଷ୍ଣବ ପାଣିଙ୍କ ଜୟନ୍ତୀ। କଟକ ଜିଲ୍ଲା ମାହାଙ୍ଗା କୋଠପଦା ଗାଁରେ କୁମାରପୂର୍ଣ୍ଣିମା ତିଥିରେ ତାଙ୍କର  ଜନ୍ମ ହୋଇଥିଲା। ଓଡିଶା ମଞ୍ଚ ସାହିତ୍ୟର ଏହି ଯଶସ୍ବୀ ସ୍ରଷ୍ଟା ନ୍କ  ଜନ୍ମ ମାଟି ଆଜି ଅବହେଳିତ ଅଲୋଡା ହୋଇ ରହିଛି , ଅଧପନ୍ତରିଆ ହୋଇ ପଡିଛି କବିଙ୍କ ସ୍ମୃତି ସମ୍ବଳିତ ରଘୁନାଥ ଜିୟୁ ମଠ ରଙ୍ଗମଞ୍ଚ ସ୍ମୃତି କହିଲେ ଭଙ୍ଗା ବାକ୍ସ ଭିତରେ ପିଢ଼ି ପରେ ପିଢ଼ି ସାଇତା ହୋଇ ରଖାଯାଇଥିବା ତାଙ୍କ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ। ଚଷମା, ଦୁଆତ, କଲମ, ମାଳି, ଚୌକି, ହ୍ୱିସିଲ୍ଆଉ ନିଜ ହାତଲେଖା ସେ ସମୟର କିଛି ପାଣ୍ଡୁଲିପି ପଡ଼ି ରହିଛି ଅପାଙ୍ଙ୍କ୍ତେୟ  ଭାବେ ସବୁ ଦୁର୍ମୂଲ୍ୟ ସ୍ମୃତି ସବୁକୁ ସାଇତି ରଖିବା ପାଇଁ ପ୍ରଶାସନ ପଦକ୍ଷେପ ନେଉନଥିବା କବିଙ୍କ ଅଣନାତି ଚନ୍ଦ୍ରଭାନୁ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି ଆଖପାଖ ଅଞ୍ଚଳରେ ଅନେକ ଗୀତିନାଟ୍ୟ କଳାକାର ଅଛନ୍ତି କିନ୍ତୁ ସଂସ୍କୃତି ବିଭାଗ ସେମାନଙ୍କ ପ୍ରତି ସଦୟ ନଥିବା କହନ୍ତି ଅନେକ କଳାକାର

31/10/2020

Leave a Reply

Your email address will not be published. Required fields are marked *

Comments