Bikash Khabar
ଭିକ୍ଷା ବୃତ୍ତି ଅର୍ଥରେ ଶୌଚାଳୟ ନିର୍ମାଣ କରି ପୁରସ୍କୃତ ହେଲେ ଦୁଇ ମହିଳା

ସ୍ୱଚ୍ଛ ଭାରତ ଅଭିଯାନକୁ ସଫଳ କରିବା ପାଇଁ ଅମିତାଭ ବଚ୍ଚନଙ୍କ ଠାରୁ ରତନ ଟାଟାଙ୍କ ଯାଏ ବିଭିନ୍ନ ବର୍ଗର ଲୋକେ ସାମିଲ ହୋଇ ଏହାକୁ ଏକ ଜନଆନ୍ଦୋଳନରେ ପରିଣତ କରିଥିବାବେଳେ ଏଥିରେ ଏକ ନୁଆ ଅଧ୍ୟାୟ ଯୋଡ଼ିଛନ୍ତି ଦୁଇଜଣ ଗ୍ରାମୀଣ ମହିଳା ।
ଗୋପାଳ ଗଞ୍ଜ ସଦର ବ୍ଲକ କହ୍ନେୱା ଗ୍ରାମ ପଂଚାୟତକୁ ଖୋଲା ଶୌଚମୁକ୍ତ ଘୋଷଣା କରାଯାଇଥିଲା । ଏହି ଅବସରରେ ସଂପୃକ୍ତ ଗ୍ରାମ ପଂଚାୟତର ମେହରୁନ ଖାତୁନ ଏବଂ ଜଗରାନୀ ଦେବୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଦୁଇ ମହିଳା ଦିନ ମଜୁରିଆ ଓ ଭିକ୍ଷା ବୃତ୍ତି କରି ଚଳନ୍ତି । ଭିକ୍ଷା ବୃତ୍ତିରୁ ମିଳୁଥିବା ଅର୍ଥକୁ ସଂଚୟ କରି ସେମାନେ ନିଜ ଘରେ ଶୌଚାଳୟ କରିଥିବା ଜଣାପଡ଼ିବା ପରେ ଜିଲ୍ଲା ପ୍ରଶାସନ ସେମାନଙ୍କୁ ଶୌଚାଳୟ ଅନୁଦାନ ରାଶି ପ୍ରଦାନ କରିବା ସହିତ ପୁରସ୍କୃତ କରିଛନ୍ତି । ଜିଲ୍ଲାପାଳ ଅନିମେଷ ପରାଶର କହିଛନ୍ତି ଯେ ଏହି ଦୁଇ ମହିଳାଙ୍କ ମାନସିକତାକୁ ସଲାମ କରାଯିବା କଥା । ସେମାନେ ଏହା କରି ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି । 
 

16/09/2018

Leave a Reply

Your email address will not be published. Required fields are marked *

Comments