Bikash Khabar
ବିଦ୍ୟାଳୟ କାନ୍ଥରେ ପ୍ରତିଫଳିତ ହେଲା ରେଳ ଗାଡ଼ିର ସ୍ୱପ୍ନ

ଆଦିବାସୀ ଅଧ୍ୟୁଷିତ ମାଲକାନାଗିରି ଜିଲ୍ଲାରେ ଏପର୍ଯ୍ୟନ୍ତ ପହଂଚି ପାରିନି ରେଳ ସେବା । କିନ୍ତୁ ନ ଦଶନ୍ଧିର ଏକ ପୁରୁଣା ସରକାରୀ ସ୍କୁଲ କାନ୍ଥରେ ଅଙ୍କା ଯାଇଥିବା ରେଳଗାଡ଼ିର ଛବିକୁ ବାରମ୍ବାର ନିରିଖେଇ ଦେଖୁଛନ୍ତି ୬୦୦ରୁ ଅଧିକ ବିଦ୍ୟାର୍ଥି । ସପ୍ତମ ଶ୍ରେଣୀରେ ପଢୁଥିବା ରାମଚନ୍ଦ୍ର ଖେମୁଣ୍ଡୁ କହନ୍ତି ମୁଁ କେବେ ଟ୍ରେନ ଦେଖିନି । ଆମ ସ୍କୁଲ କାନ୍ଥରେ ଏଭଳି ଚିତ୍ର ଦେଖି ଏହା କିଭଳି ହୋଇଥିବ ଗୋଟାଏ ଅନୁମାନ କରିପାରୁଛି । ସତରେ ଏହା ବହୁତ ସୁନ୍ଦର ହୋଇଛି । 
ବିଦ୍ୟାଳୟର ଶିକ୍ଷକ ସୁକାନ୍ତ ସାହୁ କହନ୍ତି ବିଦ୍ୟାଳୟର ୯୦ ପ୍ରତିଶତ ଛାତ୍ରଛାତ୍ରୀ ଜୀବନରେ ଟ୍ରେନ କଣ ଦେଖିନଥିଲେ । ଆମେ କାନ୍ଥରେ ଟ୍ରେନ ଛବି ଆଙ୍କି ତାର ନାମ ମାଲ୍ୟବନ୍ତ ଏକ୍ସପ୍ରେସ ଦେଇଛୁ । ଏହାର ଝରକା, ଧରିବା ପାଇଁ ରେଲିଂ, ବଗିର ଚିତ୍ର ତିଆରି କରାଯାଇଛି । ସ୍କୁଲ କାନ୍ଥକୁ ଶିକ୍ଷଣୀୟ କରି ତୋଳିବା ପାଇଁ ନିକଟରେ ରାଜ୍ୟ ସରକାର (Building as learning.aid) ନୁଆ ଯୋଜନା କରିବାରୁ ସେହି ଖର୍ଚ୍ଚରେ ସ୍କୁଲ କାନ୍ଥର ରଙ୍ଗ କରାଯାଇଛି । ୧୯୨୮ ମସିହାର ଏହି ବିଦ୍ୟାଳୟ କାନ୍ଥ ପିଲାଙ୍କୁ ଟ୍ରେନ ବିଷୟରେ ସ୍ୱପ୍ନ ଦେଖାଇବାରେ ସଫଳ ହୋଇଛି । 
 

11/09/2018

Leave a Reply

Your email address will not be published. Required fields are marked *

Comments