Bikash Khabar
ବିଭାଗୀୟ ନିଷ୍ପତ୍ତି: ସ୍କୁଲ ଯିବାକୁ ଖର୍ଚ୍ଚ ଦେବେ ସରକାର

ଗ୍ରାମାଂଚଳର ଅଗମ୍ୟ ଅଂଚଳ ଓ ଉପାନ୍ତ ଇଲାକାର ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହିତ ପାଇଁ ରାଜ୍ୟ ସରକାର ପରିବହନ ଖର୍ଚ୍ଚ କିମ୍ବା ତତ୍ୱାବଧାରକଙ୍କ ପାଇଁ ଭତ୍ତା ପ୍ରଦାନ କରିବେ । ଶିକ୍ଷା ଅଧିକାର ଆଇନର ପ୍ରାବଧାନ ସ୍ୱରୂପ ଏଭଳି ବ୍ୟବସ୍ଥା କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଛି ।

ବିଜ୍ଞପ୍ତି ଅନୁଯାୟୀ ଘରଠାରୁ ୩ କିମି ଦୂର ବିଦ୍ୟାଳୟକୁ ଚାଲି ଚାଲି ଯାଉଥିବା ପିଲା କିମ୍ବା ସେମାନଙ୍କୁ ନେବା ଆଣିବା କରୁଥିବା ବ୍ୟକ୍ତିଙ୍କୁ ଏଭଳି ଭତ୍ତା ପ୍ରଦାନ କରାଯିବ । ଲୋକସଂଖ୍ୟା କମ୍ ଥିବାରୁ ପ୍ରତ୍ୟେକ ଜନବସତିରେ ସ୍କୁଲ କରାଯିବା ସମ୍ଭବ ନଥିବାରୁ ଶିକ୍ଷା ଅଧିକାର ଆଇନର ପ୍ରାବଧାନ ଅନୁସାରେ ଭତ୍ତା ଖର୍ଚ୍ଚ ଦିଆଯିବା ବ୍ୟବସ୍ଥା ଘୋଷଣା କରିଛନ୍ତି ସରକାର । ଘନ ଜଙ୍ଗଲ ରାସ୍ତା ଅତିକ୍ରମ କରୁଥିବା, ନଦୀ ପାର ହେଉଥିବା ଓ ପାହାଡ଼ ଚଢି ଆସୁଥିବା ପିଲାଙ୍କୁ ଏ ସୁବିଧା ମିଳିବ । ଏ ବାବଦକୁ ମାସିକ ୫ ଶହ ଟଙ୍କା ହିସାବରେ ବାର୍ଷିକ ୬ ହଜାର ଟଙ୍କା ପ୍ରଦାନ କରାଯିବ । ତତ୍ୱାବଧାରକଙ୍କୁ ମାସିକ ୩୦୦ରୁ ୪୦୦ ଟଙ୍କା ମିଳିବ ।

03/03/2019

Leave a Reply

Your email address will not be published. Required fields are marked *

Comments