Bikash Khabar
ମିଳିଲା ପ୍ରଶାସନିକ ମଞ୍ଜୁରୀ, ଏସସିବିରେ ପୁର୍ବ ଭାରତର ପ୍ରଥମ ଉତ୍କର୍ଷ ଯକ୍ଷ୍ମା ଗବେଷଣା କେନ୍ଦ୍ର

ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଆଣ୍ଡ ହସପିଟାଲ (ଏସସିବି)ରେ ହେବ ପୂର୍ବଭାରତର ଉତ୍କର୍ଷ ଯକ୍ଷ୍ମାରୋଗ ଗବେଷଣା କେନ୍ଦ୍ର । ପ୍ରଥମ ପର୍ଯ୍ୟାୟରେ ସାତ ମହଲା କୋଠା ପାଇଁ ପ୍ରଶାସନିକ ମଞ୍ଜୁରୀ ମିଳିଛି । ୫ କୋଟି ୩ଲକ୍ଷ ଟଙ୍କା ବ୍ୟୟରେ ଏହାର କୋଠା ତିଆରି ହେବ ।

ଏହି ଗବେଷଣା କେନ୍ଦ୍ର ନିର୍ମାଣ ଫଳରେ ରୋଗୀଙ୍କୁ ଆଉ ଯକ୍ଷ୍ମା, ଫୁସଫୁସ, କର୍କଟ, ଟିବି ତଥା ବିଭିନ୍ନ ଜଟିଳ ରୋଗ ପାଇଁ ଆଉ ବାହାର ରାଜ୍ୟକୁ ଯିବାକୁ ପଡ଼ିବନି । ପଲ୍ୟୁମୁନାରୀ ମେଡ଼ିସିନ ଓ ଟେକ୍ନିସିଆନ ପାଠ୍ୟକ୍ରମ ଖୋଲାଯିବ । ସମସ୍ତ ପ୍ରକାର ଅତ୍ୟାଧୁନିକ ପରୀକ୍ଷଣ ମେସିନ, ଲେଜର, କ୍ରାୟୋ, ରିଲିଫ ବ୍ରୋଙ୍କୋ ସ୍ମୋପିକ୍ ସ୍ଲିପ ମେଡ଼ିସିନ୍ ସହ ଅନ୍ୟାନ୍ୟ ଆନୁସଙ୍ଗିକ ଉପକରଣ ଓ ସୁବିଧା ସୁଯୋଗ ଉପଲବ୍ଧ କରାଯିବ ।
ଏଭଳି ଗବେଷଣା ପୁର୍ବ ଭାରତ ପାଇଁ ପ୍ରଥମ । ଏଥିରେ ରୋଗ ଚିକିତ୍ସା ସହ ଗବେଷଣା ଯକ୍ଷ୍ମା ଚିକିତ୍ସାକୁ ନୁଆ ଦିଗ ଦେବ ବୋଲି ଯକ୍ଷ୍ମା ରୋଗ ବିଭାଗର ପ୍ରଫେସର ଡ଼ାକ୍ତର ମନୋରଞ୍ଜନ ପଟ୍ଟନାୟକ କହିଛନ୍ତି ।

07/03/2019

Leave a Reply

Your email address will not be published. Required fields are marked *

Comments