Bikash Khabar
ଉତ୍କଳ ବିଶ୍ୱବିଦ୍ୟାଳୟ ଗ୍ରାମୀଣ କ୍ୟାମ୍ପସ ଆଜି ଶୁଭାରମ୍ଭ

ଉତ୍କଳ ବିଶ୍ୱବିଦ୍ୟାଳୟର ଗ୍ରାମୀଣ କ୍ୟାମ୍ପସ ଆରମ୍ଭ ହେବାର ପ୍ରକ୍ରିୟା ଚୂଡ଼ାନ୍ତ ହୋଇଛି । ଚଣ୍ଡିଖୋଲ ବାବା ଭୌରବାନନ୍ଦ ସ୍ୱୟଂ ଶାସିତ କଲେଜରୁ ପ୍ରଥମ ପର୍ଯ୍ୟାୟରେ ଦୁଇଟି ବିଷୟରେ ପାଠ୍ୟକ୍ରମ ଆରମ୍ଭ ହେବ । ଉତ୍କଳ ବିଶ୍ୱବିଦ୍ୟାଳୟ ଓ ବାବା ଭୌରବାନନ୍ଦ ସ୍ୱୟଂଶାସିତ ମହାବିଦ୍ୟାଳୟ ମଧ୍ୟରେ ଏ ନେଇ ଚୁକ୍ତି କରାଯାଇଛି । ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଏହାର ଶୁଭାରମ୍ଭ କରିବେ ।

ଚଣ୍ଡିଖୋଲ ସ୍ଥିତ ୬୬ ଏକର ଜାଗାରେ ନିର୍ମାଣାଧିନ ଉତ୍କଳ ବିଶ୍ୱବିଦ୍ୟାଳୟ ଦ୍ୱିତୀୟ କ୍ୟାମ୍ପସକୁ କର୍ତ୍ତୃପକ୍ଷ ରାଜ୍ୟର ପ୍ରଥମ ଗ୍ରାମୀଣ କ୍ୟାମ୍ପସ ଭାବେ ଆଖ୍ୟା ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ଜନସ୍ୱାସ୍ଥ୍ୟ ଏବଂ ଗ୍ରାମୀଣ ପରିଚାଳନା ବିଷୟରେ ନାମଲେଖା ଶେଷ ହୋଇଛି । ଆଜିଠାରୁ (ମାର୍ଚ୍ଚ ୨) ପାଠପଢା ଆରମ୍ଭ ହେବ । ଉଭୟ ବିଷୟରେ ୨୪ଟି ସିଟ୍ ଅଛି ।

02/03/2019

Leave a Reply

Your email address will not be published. Required fields are marked *

Comments