Bikash Khabar
ମହାରାଷ୍ଟ୍ରରେ ପ୍ରଥମ : ବିଚରାଧୀନ ବନ୍ଦୀଙ୍କୁ ମିଳିବ ପଢିବା ସହ ଆୟର ସୁବିଧା

ବିଚରାଧୀନ କଏଦୀଙ୍କୁ ଦିଆଯିବ କାରଖାନାରେ କାମ କରିବାର ସୁଯୋଗ । ମୁକ୍ତ ହେଲା ବେଳକୁ ସେମାନଙ୍କ ନିକଟରେ କିଛି ଅର୍ଥ ଥିବ ଏବଂ ଦକ୍ଷତା ଥିବ । ଏହାରି ଆଧାରରେ ସେମାନେ ଭବିଷ୍ୟତ ଜୀବନ ଭଲରେ ଜିଇଁ ପାରିବେ । ଏଭଳି ଏକ ନିଆରା ପଦକ୍ଷେପ ମହାରାଷ୍ଟ୍ରର ବାଇକୁଲା ମହିଳା କାରାଗାରର ବିଚରାଧିନ ବନ୍ଦୀମାନଙ୍କ ପାଇଁ ପ୍ରଥମ ଥର ନିଆଯାଉଛି । ଜେଲ କର୍ତ୍ତୃପକ୍ଷ କହିଛନ୍ତି ଯେ କଏଦୀ ଜୀବନର ଶେଷ ହେବା ମାତ୍ରେ ଚାକିରିଟିଏ ପାଇ ପାରିବାର ସମ୍ଭାବନା ସୃଷ୍ଟି ହୋଇପାରିବ ।

କେନ୍ଦ୍ରୀୟ କାରାଗାର ପରିସରରେ ଥିବା କାରଖାନାକୁ ବିଚାରାଧୀନ ବନ୍ଦୀମାନଙ୍କୁ ପଠାଯିବ । ରେଡ଼ିମେଡ଼ ପୋଷାକ ଓ ନାଇଟ ଗାଉନ ତିଆରିରେ ସେମାନେ ନିୟୋଜିତ ହେବେ । ଏହା ମଧ୍ୟ ପୂର୍ବ ଏବଂ ଆଫ୍ରିକାନ ଦେଶ ଗୁଡିକୁ ରପ୍ତାନୀ କରାଯିବ । ବିଚରାଧିନ ମହିଳା କଏଦୀମାନଙ୍କୁ ସ୍ୱ ଉପାର୍ଜନ ଦିଗରେ ଜେଲ ବିଭାଗ ଏହି ପଦକ୍ଷେପ ନେଇଥିବା କହନ୍ତି ଆଇଜି(କାରାଗାର) ରାଜବର୍ଦ୍ଧନ ସିହ୍ନା । ଜେଲ କର୍ତ୍ତୃପକ୍ଷଙ୍କ କହିବା କଥା ଯେ ଜଣେ ମହିଳା କଏଦୀ ଯଦି ଦିନକୁ ୧୦ଟି ଗାଉନ ସିଲେଇ କରିପାରିବେ ତେବେ ତାଙ୍କୁ ୫୫ ଟଙ୍କାର ମଜୁରି ପ୍ରଦାନ କରାଯିବ । ଏବେ ବାଇକୁଲା ଜେଲରେ ୪୨୦ ମହିଳା ଏବଂ ୨୫ ଶିଶୁ ଅନ୍ତେବାସୀ ଥିବା ଜଣାଯାଇଛି । 
 

11/11/2018

Leave a Reply

Your email address will not be published. Required fields are marked *

Comments