Bikash Khabar
କୋଭିଡ ୧୯ ସମୟରେ କମିଛି ସହରାଞ୍ଚଳ ପ୍ରଦୂଷଣ

 ସ୍ବାସ୍ଥ୍ୟଠାରୁ ଆରମ୍ଭ କରି ଆର୍ଥିକ, ସାମାଜିକ ଏବଂ ସାଂସ୍କୃତିକ କ୍ଷେତ୍ର ପାଇଁ ବିପଜ୍ଜନକ ହୋଇଥିବା କୋଭିଡ୍‌-୧୯ ବା କରୋନା ମହାମାରୀ ପରିବେଶ ନିମନ୍ତେ କିନ୍ତୁ ବରଦାନ ପାଲଟିଛି। ମାର୍ଚ୍ଚ ପୂର୍ବରୁ ପ୍ରଦୂଷଣରେ ଘାଣ୍ଟି ହେଉଥିବା ରାଜ୍ୟର ବହୁ ସହର ଏବେ ଅନେକାଂଶରେ ସ୍ବଚ୍ଛ ହୋଇଯାଇଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କରାଯାଇଥିବା ସର୍ଭେରୁ ବାୟୁ ପ୍ରଦୂଷଣର ହାର ବହୁମାତ୍ରାରେ ହ୍ରାସ ପାଇଥିବା ତଥ୍ୟ ମିଳିଛି। ମଳିଥିବା ସୂଚନା ଅନୁଯାୟୀ, ଲକ୍ଡାଉନ ପୂର୍ବରୁ ଅର୍ଥାତ୍ମାର୍ଚ୍ଚ ୨୧ ତାରିଖ ଯାଏ ଅନୁଗୋଳ ସହରରେ ବାୟୁର ଗୁଣବତ୍ତା ମାନ(ଏକ୍ୟୁଆଇ) ୮୮ ଥିବା ବେଳେ ଏପ୍ରିଲରେ ତାହା ୫୭କୁ ହ୍ରାସ ପାଇଛି। ସେହିପରି ତାଳଚେର ୧୦୪ରୁ ୭୩, ବାଲେଶ୍ୱର ୮୮ରୁ ୬୦, ବ୍ରହ୍ମପୁର ୪୮ରୁ ୨୨, ଭୁବନେଶ୍ୱର ୯୯ରୁ ୪୫ ଏବଂ କଟକ ସହରର ପ୍ରଦୂଷଣ ହାର ୧୦୦ ଏକ୍ୟୁଆଇରୁ ୫୭କୁ ଖସିଆସିଛି। ସେହିଭଳି ଝାରସୁଗୁଡ଼ା ସହରର ପ୍ରଦୂଷଣ ମାନ ୧୧୦ରୁ ୬୫, କଳିଙ୍ଗନଗର ୧୨୨ରୁ ୬୧, କେନ୍ଦୁଝର ୧୦୦ରୁ ୫୩, କୋଣାର୍କ ୬୦ରୁ ୩୪, ପାରାଦୀପ ୧୦୧ରୁ ୬୫, ପୁରୀ ୮୭ରୁ ୩୬, ରାୟଗଡ଼ା ୭୬ରୁ ୫୫, ରାଜଗାଙ୍ଗପୁର ୮୫ରୁ ୬୨, ରାଉରକେଲା ୧୦୭ରୁ ୫୧ ଏବଂ ସମ୍ବଲପୁର ସହରରେ ବାୟୁ ପ୍ରଦୂଷଣ ଇଣ୍ଡେକ୍ସ ୧୦୯ ଥିବାବେଳେ ଏବେ ତାହା ୫୦କୁ ହ୍ରାସ ପାଇଛି। ଏହା ଭଲ ସଙ୍କେତ ଦେଉଥିଲେ ମଧ୍ୟ ଆଗାମୀ ଦିନରେ ସଚେତନ ହେଲେ ପ୍ରଦୂଷଣ ହାର ପୁଣି ବଢିଯିବ ବୋଲି ପରିବେଶବିତ୍ଚେତାଇ ଦେଇଛନ୍ତି। ଦେଶର ୧୦୨ଟି ସହର ପ୍ରଦୂଷଣର ବିଷାକ୍ତ ବଳୟ ମଧ୍ୟକୁ ଚାଲିଯାଇଛି। ଓଡ଼ିଶାର ଭୁବନେଶ୍ୱର ସମେତ କଟକ, ଅନୁଗୋଳ, ତାଳଚେର, ବାଲେଶ୍ୱର, ରାଉରକେଲା ଏବଂ କଳିଙ୍ଗନଗର ଆଦି ୭ଟି ସହର ଅତି ପ୍ରଦୂଷଣ ତାଲିକାରେ ସ୍ଥାନ ପାଇଛି।

20/06/2020

Leave a Reply

Your email address will not be published. Required fields are marked *

Comments