Bikash Khabar
ଅଚଳ ଓ ଅବୈଧ ଫାଷ୍ଟ ଟ୍ୟାଗ ଥିବା ଗାଡ଼ିରୁ ଆଦାୟ ହେବ ୨ ଗୁଣ ରୋଡ଼ ଟାକ୍ସ

ଏଣିକି ଅଚଳ କିମ୍ବା ଅବୈଧ ଫାଷ୍ଟାଗ୍ଗାଡ଼ିରେ ଲଗାଇ ଗଲେ ଟୋଲ୍ପ୍ଲାଜା ଫାଟକରେ ଦୁଇଗୁଣ ପଥକର ଦେବାକୁ ପଡ଼ିବ। ନେଇ କେନ୍ଦ୍ର ସରକାରଙ୍କ ସଡ଼କ ପରିବହନ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ଫାଷ୍ଟାଗ୍ନଥିବା ଯାନରୁ ଏହି ଦୁଇଗୁଣ ଅର୍ଥ ଆଦାୟ ହେଉଥିଲା। ଏବେ ଅଚଳ ଅବୈଧ ଫାଷ୍ଟାଗ୍ପାଇଁ କେନ୍ଦ୍ର ସରକାର ସମାନ ବ୍ୟବସ୍ଥା ଲାଗୁ କରିଛନ୍ତି। ସୂଚନା ଥାଉକି, ଟୋଲ୍ପ୍ଲାଜାଗୁଡ଼ିକରେ ଭିଡ଼ କମାଇବା ପାଇଁ ରେଡିଓ ଫ୍ରିକ୍ବେନ୍ସି ଜରିଆରେ ପଥକର ଆଦାୟ କରିବାକୁ ଗତବର୍ଷ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ଫାଷ୍ଟାଗ୍ବ୍ୟବସ୍ଥା ଗତବର୍ଷ ଡିସେମ୍ବର ପହିଲାରୁ ସାରାଦେଶରେ କଡ଼ାକଡ଼ି ଲାଗୁ କରାଯାଇଥିଲା। କିନ୍ତୁ ଫାଷ୍ଟାଗ୍କିଣିବାରେ ସମୟ ଲାଗିବାରୁ ଏହି ଅବଧିକୁ ପ୍ରଥମେ ଡିସେମ୍ବର ୧୫ ତାରିଖ ପରେ ୨୦୨୦ ଜାନୁଆରି ୧୫ ତାରିଖ ପର୍ଯ୍ୟନ୍ତ କେନ୍ଦ୍ର ସରକାର ସଂପ୍ରସାରିତ କରିଥିଲେ। ଜାନୁଆରି ୧୫ ପରଠାରୁ ସମସ୍ତ ଟୋଲ୍ପ୍ଲାଜାରେ ଫାଷ୍ଟାଗ୍ବ୍ୟବସ୍ଥା କଡ଼ାକଡ଼ି ଲାଗୁ କରାଯାଇଥିଲା। ନୂତନ ବିଜ୍ଞପ୍ତି ଅନୁଯାୟୀ, କୌଣସି ଯାନରେ ଯଦି ଫାଷ୍ଟାଗ୍ନଥିବ କିମ୍ବା ଅଚଳ ବା ଅବୈଧ ହୋଇଥିବ, ତେବେ ସେଭଳି ଯାନର ଶ୍ରେଣୀ ବିଭାଗ ଅନୁସାରେ ଦୁଇଗୁଣ ଟୋଲ୍ଫି ଆଦାୟ କରିବାକୁ ବ୍ୟବସ୍ଥା କରାଯାଇଛି।

19/05/2020

Leave a Reply

Your email address will not be published. Required fields are marked *

Comments