Bikash Khabar
ଆଶ୍ରା ପକ୍ଷରୁ କନ୍ଦଳେଇ ଆଦିବାସୀ ପଲ୍ଲୀରେ ଭୋଟ ସଚେତନତା ଅଭିଯାନ

ଅଧିକରୁ ଅଧିକ ସଂଖ୍ୟାରେ ମତଦାନ କରିବ । ଯୋଗ୍ୟ ଓ ଭଲ ପ୍ରାର୍ଥି ଦେଖି ଭୋଟ ଦେବ । ଭୋଟ ଦାନ ପାଇଁ ମଦ, ମାଂସ, ଟଙ୍କା ପଇସାର ପ୍ରଲୋଭନରେ ପଡ଼ିବନି ଓ ଅନ୍ଧାରୀ ବିଜେ ରେ ଆସୁଥିବା ଦଳୀୟ ନେତା, କର୍ମୀ ଓ ପ୍ରାର୍ଥିଙ୍କ ପାଲରେ ପଡ଼ିବନି ବୋଲି ବୁଧବାର କନ୍ଦଳେଇ ଆଦିବାସୀ ପଲୀରେ ଆୟୋଜିତ ଏକ ସଚେତନ ସଭାରେ ଗ୍ରାମବାସୀଙ୍କୁ ପରାମର୍ଶ ଦିଆଯାଇଛି ।

ଅଗ୍ରଣୀ ସାମାଜିକ ସଂଗଠନ ଆଶ୍ରା ପକ୍ଷରୁ  ଭୁବନେଶ୍ୱର ଠାରୁ ୨୫ କିମି ଦୂର ଚନ୍ଦକା ଡ଼ମପଡ଼ା ହସ୍ତୀ ଅଭୟାରଣ୍ୟ ପାଦ ଦେଶରେ ଛତାବର ପଂଚାୟତ ସଂଲଗ୍ନ କନ୍ଦଳେଇ ଗାଁରେ ଏକ ଭୋଟର ସଚେତନତା କାର୍ଯ୍ୟକ୍ରମ ‘ପାୱାର ଇଜ୍ ଇନ ୟୋର ଫିଙ୍ଗର’ ଆୟୋଜିତ ହୋଇଥିଲା । ସାମାଜିକ ବିଜ୍ଞାନୀ ସୁଶାନ୍ତ କୁମାର ସାହୁ, ପ୍ରିୟବ୍ରତ ପଣ୍ଡା ପ୍ରମୁଖ ଏଥିରେ ଯୋଗଦାନ କରି ନିଜର ଅମୂଲ୍ୟ ମତଦାନ ଶୃଙ୍ଖଳା ଓ ନିଷ୍ଠାର ସହିତ ଯୋଗ୍ୟତମ ପ୍ରାର୍ଥିଙ୍କୁ ଦେବାକୁ ନିବେଦନ କରିଥିଲେ । ବହୁ ସଂଖ୍ୟକ ଗ୍ରାମବାସୀ ଏଥିରେ ଯୋଗଦାନ କରିବା ସହ ଲାଂଚ ଓ ପ୍ରଲୋଭନର ବଶବର୍ତ୍ତି ନ ହେବାକୁ ସଂକଳ୍ପ ଦୋହରାଇ ଥିଲେ ।

11/04/2019

Leave a Reply

Your email address will not be published. Required fields are marked *

Comments