Bikash Khabar
ବର୍ଜ୍ୟବସ୍ତୁରୁ ଅଟୋ‌ମେଟିକ୍‌ ହ୍ୟାଣ୍ଡ ସାନିଟାଇଜର୍‌ ମେସିନ୍

 ଅଦରକାରୀ ଅବ୍ୟବହୃତ ସାମଗ୍ରୀ ବି ହୋଇପାରେ ସୁନ୍ଦର ବ୍ୟବହାର ଉପଯୋଗୀ। ଲକ୍ଡାଉନ୍ଏବେ ସମସ୍ତଙ୍କୁ ଗୃହବନ୍ଦୀ କରିଥିବା ବେଳେ ଏହା ଅନେକଙ୍କ ସୃଜନଶୀଳତାକୁ ଇନ୍ଧନ ଯୋଗାଇଛି। ପୋଖରୀପୁଟ୍ ଅଞ୍ଚଳରେ ଶେଖ୍ ଫୟାଜ୍ଙ୍କ ଏଭଳି ସୃଜନଶୀଳତା ଏବେ ବର୍ଜ୍ୟବସ୍ତୁରେ ଝଲସୁଛି। ବିଭିନ୍ନ ପ୍ଲାଷ୍ଟିକ୍ ବୋତଲ, ଡବା, ଷ୍ଟ୍ର, କୋଲ୍ଡଡ୍ରିଙ୍କ ବୋତଲରୁ ବାହାରୁଥିବା ଆଲୁମିନିୟମ୍ହୋଲ୍ଡର୍ କ୍ୟାପ୍, ଭେସ୍ଲିନ୍, ଅମୂଲ ଡବା, ଘରସଜା ସାମଗ୍ରୀ, ଖେଳନା, ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଆଦିରୁ ଫୟାଜ ତିଆରି କରିଛନ୍ତି, ଚାର୍ଜ ହୋଇପାରୁଥିବା ତଥା ଅନ୍ୟତ୍ର ନିଆଯାଇପାରୁଥିବା ଫ୍ୟାନ୍, ପ୍ଲାଷ୍ଟିକ ଭାକ୍ୟୁମ୍କ୍ଲିନର୍, ସେନ୍ସର ଅଟୋମ୍ୟାଟିକ୍ହ୍ୟାଣ୍ଡ ସାନିଟାଇଜର, ଏମରଜେନ୍ସି ଲାଇଟ୍, ହେୟାର ଡାୟର୍ ବାଇକ୍ମଡେଲ ଇତ୍ୟାଦି। ଭୁବନେଶ୍ବର ସରକାରୀ ଆଇଟିଆଇର ପ୍ରଥମ ବର୍ଷର ଇଲେକ୍ଟ୍ରୋନିକ୍ସ ଛାତ୍ର ଫୟାଜ୍ପିଲାଟି ଦିନୁ ଇଲେକ୍ଟ୍ରୋନିକ୍ସାମଗ୍ରୀ ଉପରେ ବେଶ୍ଆଗ୍ରହୀ। ଛାତ୍ର ହିସାବରେଶ୍ରେଣୀ କକ୍ଷରେ ଯାହା ଶିଖୁଛନ୍ତି, ତାହାକୁ ସୃଜନଶୀଳତାରେ ଉତାରି ନିଆରା ସାମଗ୍ରୀମାନ ତିଆରି କରିଛନ୍ତି। ଏବେ କରୋନା ସମୟରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସାମଗ୍ରୀ ସାନିଟାଇଜର୍ହୋଇଥିବା ବେଳେ ସେ ଅଟୋମେଟିକ୍ହ୍ୟାଣ୍ଡ ସାନିଟାଇଜର୍ମେସିନ୍ପ୍ରସ୍ତୁତ କରିଛନ୍ତି। ଏହି ମେସିନ୍ କେବଳ ହାତ ନୁହେଁ, ସମ୍ପୂର୍ଣ୍ଣ ଶରୀରକୁ ମଧ୍ୟ ସାନିଟାଇଜ୍ କରିପାରିବ। ଏହି ସାନିଟାଇଜର୍ ବକ୍ସକୁ ୫ଭୋଲ୍ଟ୍ ରିଲେ ମୋଡ୍ୟୁଲ୍ରେ ବ୍ୟବହାର କରାଯାଇଛି। ଏହାସହ ପାୱାର ସପ୍ଲାୟ ମୋଟର ମଧ୍ୟ ସଂଯୋଗ କରାଯାଇଛି। ଏହାକୁ ମୋବାଇଲ୍ଚାର୍ଜରରେ ଚାର୍ଜ କରିହେବ। ଥରେ ଚାର୍ଜ କଲେ, ୪ରୁ ଘଣ୍ଟା ବ୍ୟବହାର କରି ହେବ। ଏଥିସହ ଇଲେକ୍ଟ୍ରିସିଟି ନଥିବା ବେଳେ ମଧ୍ୟ ଏହାକୁ ପାୱାର ବ୍ୟାଙ୍କ୍ରେ ଚାର୍ଜ କରିହେବ। ଏଥିରେ ପ୍ଲାଷ୍ଟିକ୍ ଟ୍ୟାପ୍ ସହିତ ସେନ୍ସର ଲାଗିଛି। ଘରେ ପଡ଼ି ରହିଥିବା ଥର୍ମୋଫ୍ଲାସ୍, ବଡ଼ ବଡ଼ ଅମୂଲ ଡବା ପ୍ଲାଷ୍ଟିକ୍ ଡବାରୁ ସେ ଏହାକୁ ପ୍ରସ୍ତୁତ କରିଛନ୍ତି। ଗୋଟିଏ ଦିନରେ ସେ ଏଭଳି ଗୋଟିଏ ସାନିଟାଇଜର୍ ମେସିନ୍ ତିଆରି କରିପାରୁଛନ୍ତି।

30/06/2020

Leave a Reply

Your email address will not be published. Required fields are marked *

Comments