Bikash Khabar
ଭିତ୍ତିଭୂମି ନାହିଁ କି ସାଧନ ନାହିଁ, ୬୮ ପ୍ରତିଶତ ଛାତ୍ର ଅନଲାଇନ ଶିକ୍ଷାଦାନ ରୁ ବଂଚିତ

ମହାମାରୀ କରୋନା ପାଇଁ  ଅନଲାଇନ ଶିକ୍ଷା ହିଁ ଏକମାତ୍ର ବିକଳ୍ପ ହୋଇଥିବା ବେଳେ ସରକାରୀ ଉଦାସିନତା ଦୂରଦୃଷ୍ଟିର ଅଭାବ ଯୋଗୁ ବଞ୍ଚିତ ହୋଇଛନ୍ତି ୬୮  ପ୍ରତିଶତ ଛାତ୍ରଛାତ୍ରୀ ଗାଁ ରୁ ପଲ୍ଲୀ ସହରରୁ ରାଜଧାନୀ ସବୁଠି ସମାନ ଅବସ୍ଥା ଶିକ୍ଷାନୁଷ୍ଠାନ ବନ୍ଦ ହେବା କାରଣରୁ ପ୍ରଥମରୁ ଦ୍ୱାଦଶ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ୩୦  ପ୍ରତିଶତ ପାଠ୍ୟକ୍ରମ ହ୍ରାସ କରାଯାଇଛି   ଏହାସତ୍ତ୍ବେ ୬୮   ପ୍ରତିଶତ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚି ପାରିନି ଅନଲାଇନ ଶିକ୍ଷା କନ୍ଧମାଳ ଜିଲ୍ଲାରେ ସର୍ବନିମ୍ନ ୨୪.୯୮  ପ୍ରତିଶତ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୫୧,୩୨ ପ୍ରତିଶତ ଛାତ୍ରଛାତ୍ରୀଙ୍କ ପାଖରେ ଅନଲାଇନ ଶିକ୍ଷା ପହଞ୍ଚି ପାରିଛି ଏଭଳି ସ୍ଥିତିକୁ ଦେଖି  ରାଜ୍ୟ ସରକାରଙ୍କୁ ଘେରିଛି ଓଡିଶା ଅଭିଭାବକ ମହାସଂଘ ସରକାର ବିଜୁ ଯୁବ ବାହିନୀ ଗଠନ କରି ସରକାରୀ ରାଜକୋଷରୁ ୪୫୦  କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି   ବିଜୁ ଯୁବ ବାହିନୀକୁ ରାଜ୍ୟର ବିଭିନ୍ନ ଗ୍ରାମ ପଞ୍ଚାୟତ ପୌରାଞ୍ଚଳରେ ନିୟୋଯିତ କରାଯାଇ ଅନଲାଇନ ଶିକ୍ଷାରୁ ବଞ୍ଚିତ ହେଉଥିବା ଛାତ୍ରଛାତ୍ର ଅଭିଭାବକଙ୍କୁ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛି ସଂଘ ପୁଣି ରାଜ୍ୟ ସରକାର ଟେଲିଭିଜନ ଜରିଆରେ ଶିକ୍ଷାଦାନ କରିପାରନ୍ତେ ଗୋଟିଏ ଗୋଟିଏ ଗାଁ କୁ ଗୋଟିଏ ବଡ଼ ଟିଭି ଦେଇଦେଲେ କାମ ସରନ୍ତା କିନ୍ତୁ ଏହା ହେଉନି। ଅନଲାଇନ ରେ ଶିକ୍ଷା ପ୍ରଦାନ ପାଇଁ ଶିକ୍ଷକ ନ୍କ ନିକଟରେ ତାଲିମ ନାହିଁ କି ଉପକରଣ ନାହିଁ ପିଲାଙ୍କ ନିକଟରେ ଭିଡିଓ ଦେଖିଲାଭଳି ଦାମୀ ମୋବାଇଲି ନାହିଁ ଅନେକ ଗାଁରେ ବିଜୁଳି ନାହିଁକି କି ନେଟୱାର୍କ ନାହିଁ କୋରାପୁଟ,କେଉଁଝର,ରାୟଗଡା,ଝାରସୁଗୁଡା,ନୂଆପଡା ଜିଲ୍ଲାରେ ପିଲାଙ୍କୁ ନେଟୱାର୍କ ପାଇଁ ପାହାଡ଼ ଚଢ଼ିବାକୁ ପଡୁଛି। ସବୁ ସରକାରୀ ବିଦ୍ୟାଳୟର ଶିକ୍ଷକ ମାନେ ଅନଲାଇନ ରେ ଶିକ୍ଷାଦାନ ପାଇଁ ସକ୍ଷମ ହୋଇପାରୁନଥିବା ବେଳେ ପିଲାମାନେ ଏହାକୁ ବୁଝିପାରୁନାହାନ୍ତି   

28/11/2020

Leave a Reply

Your email address will not be published. Required fields are marked *

Comments