Bikash Khabar
ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ଏବେ ମହିଳାମାନେ ଯେ କୌଣସି ସ୍ଥାନରେ ଦରଜ କରାଇପାରିବେ ଉତ୍ପୀଡ଼ନ ଅଭିଯୋଗ

ଶ୍ୱଶୁରାଳୟରୁ ବଳପୂର୍ବକ ବାହାର କରାଯାଇଥିବା କ୍ଷେତ୍ରରେ ଜଣେ ମହିଳା ନିଜ ସ୍ୱାମୀ ଏବଂ ପରିବାର ସଦସ୍ୟଙ୍କ ବିରୋଧରେ ଯେକୌଣସି ଥାନାରେ ଅଭିଯୋଗ ଦରଜ କରାଇ ପାରିବେ । ଶ୍ୱଶୁରାଳୟରୁ ପ୍ରତାଡ଼ିତ ହୋଇ ମହିଳା ଜଣଙ୍କ ଯେଉଁଠି  ରହୁଥିବେ ସେହି ଅଂଚଳର ଥାନାରେ ଅଭିଯୋଗ ଦାଖଲ କରିପାରିବେ ବୋଲି ମଙ୍ଗଳବାର ସୁପ୍ରିମକୋର୍ଟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ।

ଭାରତୀୟ ଦଣ୍ଡବିଧି ଆଇନର ଧାରା ୪୯୮ (କ) ଅନୁଯାୟୀ ଶ୍ୱଶୁରାଳୟରୁ ପ୍ରତାଡ଼ିତ ମହିଳା ଜଣଙ୍କ ନିଜ ଅଭିଯୋଗ ଫର୍ବ୍ଦ ଦରଜ କରାଇପାରିବେ । ମହିଳା ଜଣଙ୍କୁ ଏଥିପାଇଁ  କୌଣସି ଏକ ନିର୍ଦ୍ଦିଷ୍ଟ ଥାନାକୁ ଯିବା ଦରକାର ନାହିଁ । ନିଜ ଅସ୍ଥାୟୀ ଆଶ୍ରୟ ସ୍ଥଳ ହେଉ ବା ନିଜ ବାପଘର ହେଉ । ପୀଡ଼ିତା ମହିଳା ଜଣଙ୍କ ଯେଉଁଠି ରହୁଥିବେ ସେହି ଅଂଚଳର ଥାନାରେ ଅଭିଯୋଗ ଦାଖଲ କରିପାରିବେ ବୋଲି ସର୍ବୋଚ୍ଚ ଅଦାଲତ ସୂଚାଇଛନ୍ତି ।
ଏବେ କେବଳ ଘଟଣା ଘଟିଥିବା ଥାନା ଅଂଚଳରେ  ଅଭିଯୋଗ ହେଲା ପରେ ଯାଇ ମାମଲା ଦରଜ ହେଉଥିଲା । ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ରଞ୍ଜନ ଗୋଗେଇଙ୍କ ଖଣ୍ଡପୀଠ ଏ କ୍ଷେତ୍ରରେ ଏପରି ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି ।

10/04/2019

Leave a Reply

Your email address will not be published. Required fields are marked *

Comments