Bikash Khabar
ପକ୍ଷୀଙ୍କ ପାଇଁ ଗଛରେ ପାଣିପାତ୍ର ବାନ୍ଧୁଛି ମହିଳା ସଂଗଠନ

ଗତ କାଲି ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ତତଲାଗଡ଼ କୁହାଯାଉଥିବା ଟିଟିଲାଗଡ଼ ଠାରୁ ବଳି ଯାଇଥିଲା । ଟିଟିଲାଗଡ଼ରେ ମଙ୍ଗଳବାର ତାପମାତ୍ରା ୪୦ ଡ଼ିଗ୍ରୀ ଥିବାବେଳେ କଂକ୍ରିଟ ସହର ଭୁବନେଶ୍ୱରର ତାପମାତ୍ରା ୪୨ ଡ଼ିଗ୍ରୀ ପାର ହୋଇଯାଇଛି । ପ୍ରବଳ ଖରାରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବାବେଳେ ପାଣି ଟୋପାଏ ପାଇଁ ସଂଘର୍ଷ କରୁଥିବା ପଶୁପକ୍ଷୀ ମାନଙ୍କ ତୃଷା ନିବାରଣ ପାଇଁ ଆଗେଇ ଆସିଛି ୟୁଥ ଫର ସେବା ନାମରେ ଏକ ସଂଗଠନ । ୟୁଥ ଫର ସେବା ସହଯୋଗରେ ଶତାକ୍ଷୀ ମହିଳା ସଂଗଠନ ପକ୍ଷରୁ ରୌଦ୍ର ତାପ ଯୋଗୁଁ କଲବଲ ହେଉଥିବା ପକ୍ଷୀମାନଙ୍କ ନିମନ୍ତେ ଗଛରେ ପାଣିପାତ୍ର ବାନ୍ଧି ଏକ ନୁଆ ଅଭିଯାନ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ କଳିଙ୍ଗନଗର କେ-୪ ଅଂଚଳରେ ପକ୍ଷୀଙ୍କ ପାଇଁ ୨୦ଟି ପାଣିପାତ୍ର ବିଭିନ୍ନ ଗଛ ମାନଙ୍କରେ ବନ୍ଧା ଯାଇଛି ।

ଏହି କାର୍ଯ୍ୟକ୍ରମରେ ୟୁଥ୍ ଫର ସେବାର ରାଜ୍ୟ ସଂଯୋଜକ ସୁବ୍ରତ କୁମାର ପଟ୍ଟନାୟକଙ୍କ ସମେତ ସବିତାରାଣୀ ପୃଷ୍ଟି, ମମତା ବିଶ୍ୱାଳ ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

17/04/2019

Leave a Reply

Your email address will not be published. Required fields are marked *

Comments