Bikash Khabar
ମଦ ବିରୋଧରେ ମହିଳା, ଏଣିକି ବିକିଲେ କି ପିଇଲେ ଦେବାକୁ ହେବ ତଣ୍ଡ

 ମଦ ବିରୋଧରେ ସଡ଼କକୁ ଆସିଛନ୍ତି ମହିଳା ସମାଜ । କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ବିନିଦା ପଂଚାୟତର ମହିଳାମାନେ ନିଜ ଘର ଭାଙ୍ଗୁଥିବାରୁ ମଦକୁ ଦାୟୀ କରିଛନ୍ତି । ମଦ ଯୋଗୁ କେତେ କେତେ ପରିବାର ଉଜୁଡ଼ି ଯାଉଥିବାରୁ ସେମାନେ ଗାଁରେ ମଦ ବିକିଲେ ୫ ହଜାର ଜରିମାନା ଆଦାୟ କରିବାର ଚେତାବନୀ ଶୁଣାଇଛନ୍ତି । ସେହିପରି କେହି ଯଦି ମଦ ପିଇଥିବାର ଦେଖାଯିବ ତେବେ ୩ହଜାର ଟଙ୍କାର ଜରିମାନା ଆଦାୟ କରିବ ମହିଳା ମଣ୍ଡଳ ।

ସୋମବାର ମହିଳାମାନେ ନିଶା ନିବାରଣ ପ୍ଲାକାର୍ଡ଼ ଧରି ଗାଁ ଗାଁ ବୁଲି ସଚେତନତା ସୃଷ୍ଟି କରିଛନ୍ତି । ଆଗକୁ ଆନ୍ଦୋଳନ ବ୍ୟାପକ କରିବା ପାଇଁ ମଦ ବିରୋଧୀ ମହିଳାମଣ୍ଡଳ ଗଠନ କରାଯାଇଛି । ମହିଳାମାନଙ୍କ ଏଭଳି ଉଦ୍ୟମକୁ ଗାଁର ଶିକ୍ଷିତ ବର୍ଗ ସମର୍ଥନ କରିଛନ୍ତି । ବିଗତ କିଛିଦିନ ଧରି ଦେଶୀ ମଦ ସହ ବିଦେଶୀ ମଦ ମଧ୍ୟ ଗାଁ ଗହଳିରେ ପ୍ରସାର ଲାଭ କରିଛି । ସାଇକେଲ ଓ ବାଇକରେ ମଦ ବେପାରୀ ବୁଲି ବୁଲି ମଦ ବ୍ୟବସାୟ ଆରମ୍ଭ କରିଥିବାରୁ ଏହା ସହଜରେ ଦ୍ୱାର ମୁହଁରେ ପହଂଚିଯାଉଛି । ସହଜରେ ମିଳୁଥିବାରୁ ଯୁବାବର୍ଗ ମଧ୍ୟ ଏଥିରେ କବଳିତ ହେବା ଆମକୁ ବ୍ୟଥିତ କରାଇଛି ବୋଲି ମଦ ଆନ୍ଦୋଳନର ପୁରୋ ଭାଗରେ ଥିବା କେତେକ ମହିଳା ସୂଚନା ଦେଇଛନ୍ତି । ଆର୍ଥିକ ଦଣ୍ଡ ଯଦି କାମ ନଦେଲା ତେବେ ସାମାଜିକ ବାଛନ୍ଦ ଓ ଅନ୍ୟାନ୍ୟ ପଦକ୍ଷେପ ନିଆଯିବ ବୋଲି ମହିଳାମଣ୍ଡଳ ଚେତାବନୀ ଦେଇଛି । 

10/07/2018

Leave a Reply

Your email address will not be published. Required fields are marked *

Comments