Bikash Khabar
ସାଇକେଲରେ ବିଶ୍ୱଭ୍ରମଣ କରିଛନ୍ତି ୨୦ ବର୍ଷର ବେଦାଙ୍ଗୀ କୁଲକର୍ଣ୍ଣି

ପୁନେର ବାସିନ୍ଦା ବେଦାଙ୍ଗୀ କୁରକର୍ଣ୍ଣି ୧୫୯ ଦିନ ଧରି ଦୈନିକ ୩୦୦ କିମି ସାଇକେଲ ଯାତ୍ରା କରି ୧୪ ଦେଶ ଭ୍ରମଣ କରିଛନ୍ତି । ୨୦ ବର୍ଷ ବୟସର ଜଣେ ଯୁବତୀ ଏଭଳି ଦୁଃସାହସିକ ସାଇକେଲ ଯାତ୍ରା କରି ସଫଳତା ପାଇବା କିଛି କମ୍ କଥା ନୁହଁ ବୋଲି ତାଙ୍କର ପ୍ରଶଂସକମାନେ କହନ୍ତି । ଏହି ଯାତ୍ରା ସହଜ ନଥିଲା । ଏଥିପାଇଁ ତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିବା ବେଦାଙ୍ଗୀ କହନ୍ତି । କାନାଡ଼ାରେ ଏକ ଭାଲୁ ତାଙ୍କର ପିଚ୍ଛା କିଭଳି କରୁଥିଲା ତାହା ସୂଚାଇଥିଲେ ବେଦାଙ୍ଗୀ ।

ସୂଚନା ଯୋଗ୍ୟ ଯେ ଏଭଳି ସାଇକେଲ ଯାତ୍ରା କରିବାରେ ବେଦାଙ୍ଗୀ ସମ୍ପୂର୍ଣ୍ଣ ଏସିଆରେ ପ୍ରଥମ । ଏହା ପୂର୍ବରୁ ଯେଉଁ ମହିଳାଙ୍କ ନାମରେ ଏପରି ରେକର୍ଡ଼ ରହିଛି ସେ ବ୍ରିଟେନ ବାସିନ୍ଦା । ବ୍ରିଟେନର ଜେନି ଗ୍ରାହାମ (୩୮)ଙ୍କ ନାମରେ ସବୁଠୁ କମ୍ ଦିନରେ ବିଶ୍ୱ ଭ୍ରମଣର ରେକର୍ଡ଼ ରହିଛି । ୧୨୪ ଦିନରେ ସେ ୧୪ଟି ଦେଶ ପରିକ୍ରମା କରିଛନ୍ତି । ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, କାନାଡ଼ା, ଆଇଲାଣ୍ଡ, ପର୍ତ୍ତୁଗାଲ, ସ୍ପେନ, ଫ୍ରାନ୍ସ, ବେଲଜିୟମ, ଜର୍ମାନୀ, ଡେନମାର୍କ, ସୁଇଡ଼େନ, ଫିନଲ୍ୟାଣ୍ଡ ଏବଂ ଋଷର ୨୦ରୁ ୩୭ ଡ଼ିଗ୍ରୀ ତାପମାତ୍ରା ତ କେଉଁଠି ବରଫାଚ୍ଛନ୍ନ ଉପତ୍ୟକା ଦେଇ ଏକାକୀ ଜନମାନବ ଶୂନ୍ୟ ରାସ୍ତାରେ ତାଙ୍କୁ ଅତିକ୍ରମ କରିବାକୁ ପଡ଼ିଥିଲା । ସ୍ପେନରେ ତାଙ୍କଠାରୁ ଲୁଟି ନିଆଯାଇଥିବା ବେଦାଙ୍ଗୀ କହନ୍ତି । ଏବେ ବେଦାଙ୍ଗୀ ବ୍ରିଟେନର ବାଉନେ ମାଉଥ ବିଶ୍ୱବିଦ୍ୟାଳୟରେ କ୍ରୀଡ଼ା ପରିଚାଳନା ବିଷୟରେ ପଢୁଥିବା ଜଣାଯାଇଛି । 
 

25/12/2018

Leave a Reply

Your email address will not be published. Required fields are marked *

Comments