Bikash Khabar
ବ୍ରହ୍ମପୁରର ଗୁରୁଦତ୍ତ ତିଆରି କରିଛନ୍ତି କ୍ଷୁଦ୍ର ସାଟେଲାଇଟ, ଦେବ ବିପର୍ଯ୍ୟୟ ସମ୍ବନ୍ଧୀୟ ସୂଚନା

ବ୍ରହ୍ମପୁର ଅନନ୍ତନଗର ୫ମ ଲାଇନରେ ରହନ୍ତି ପ୍ରାଣଚାନ୍ଦ ପଣ୍ଡା । ପ୍ରାଣ ଚାନ୍ଦଙ୍କ ପୁଅ ଗୁରୁଦତ୍ତ ଏକ କ୍ଷୁଦ୍ର ସାଟେଲାଇଟ ନିର୍ମାଣ କରି ଚର୍ଚ୍ଚାରେ ଅଛନ୍ତି । ୧୦ ସେଣ୍ଟିମିଟର ଲମ୍ବ ଓ ୧୦ ସେଣ୍ଟିମିଟର ଉଚ୍ଚତା ବିଶିଷ୍ଟ ଏହି ସାଟେଲାଇଟ ବିପର୍ଯ୍ୟୟ ସମ୍ବନ୍ଧୀତ ସୂଚନା ପ୍ରଦାନ କରିବ । ଖୁବ୍ ଶିଘ୍ର ଏହା ଇସ୍ରୋ ଓ ନାସାର ସହଯୋଗରେ ମହାକାଶରୁ ତଥ୍ୟ ଆଣିଦେବ ବୋଲି ଜଣାପଡ଼ିଛି ।
ବ୍ରହ୍ମପୁର ନିଷ୍ଟ(ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ ଆଣ୍ଡ ଟେକନୋଲୋଜି)ରୁ ଇଟିସିରେ ଏମଟେକ୍ କଲାପରେ ଗୁରୁଦତ୍ତ ହାଇଦ୍ରାବାଦର ଘରୋଇ ମହାକାଶ ଗବେଷଣା ସଂସ୍ଥା ଏକ୍ସିଡ଼ ସ୍ପେସରେ କାର୍ଯ୍ୟରତ ଅଛନ୍ତି । ସେଠାରେ ସେ ୧ କିଗ୍ରା ଓଜନର ଏହି ସାଟେଲାଇଟ ପ୍ରସ୍ତୁତ କରିଛନ୍ତି । ଏହି ସାଟେଲାଇଟକୁ ଇସ୍ରୋ ପକ୍ଷରୁ ନାସା ସହଯୋଗରେ ନଭେମ୍ବର ମାସରେ ଲଂଚ କରାଯିବ । ଏହି ସାଟେଲାଇଟ ଭଏସ କମ୍ୟୁନିକେସନ ଯୋଗାଇବ । ପୃଥିବୀ ଠାରୁ ୫୦୦ କିମି ଉଚ୍ଚରେ ରହି ୨ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବ । ବ୍ରହ୍ମପୁରର ଏହି ଯୁବ ବୈଜ୍ଞାନିକଙ୍କ କୃତିକୁ ନେଇ ଏବେ ସାରା ସହରରେ ଚର୍ଚ୍ଚା ହେଉଛି ଓ ବିଭିନ୍ନ ମହଲରୁ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ମିିଳିବାରେ ଲାଗିଛି । 
 

16/09/2018

Leave a Reply

Your email address will not be published. Required fields are marked *

Comments