Bikash Khabar
ଆସନ୍ତା କାଲି ଦୀପାବଳି :ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜଳିବନି କାଉଁରିଆ କାଠି

ବାୟୁ ପ୍ରଦୂଷଣ ତଥା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ଦୀପାବଳିରେ ଶ୍ରୀ ଜଗନ୍ନାଥ ମନ୍ଦିରର ସିଂହଦ୍ୱାର ସମ୍ମୁଖରେ ଜଳାହେବନି କାଉଁରିଆ କାଠି ଏନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ଶ୍ରଦ୍ଧାଳୁ ମାନେ କେବଳ ପୟା ଶ୍ରାଦ୍ଧପାଳନ କରି ଘରକୁ ଫେରିବାକୁ ଅନୁରୋଧ କରାଯାଇଛି ଏସମ୍ପର୍କରେ ପୁରୀ ଉପ-ଜିଲ୍ଲାପାଳ ଭବତରଣ ସାହୁ ସୂଚନା ଦେଇଛନ୍ତି ଯେ କରୋନା ମହାମାରୀ ଯୋଗୁଁ ଚଳିତ ଥର ଦୀପାବଳିରେ କାଉଁରିଆ କାଠି ଜଳା ପରମ୍ପରା ଉପରେ କଟକଣା ଲଗାଯାଉଛି। ଉଲ୍ଲେଖଯୋଗ୍ୟ, ପ୍ରତିବର୍ଷ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ଦୀପାବଳି ଅମାବାସ୍ୟାରେ ପୁରୀ ସିଂହ ଦ୍ୱାର ସମ୍ମୁଖରେ କାଉଁରିଆ କାଠି ଜାଳି ବଡ ବଡୁଆଡାକିଥାନ୍ତି ଯେଉଁଥିରେ ବଡବଡୁଆ ହୋ, ଅନ୍ଧାରରେ ଆସ, ଆଲୁଅରେ ଯାଅବୋଲି ଡାକିଥାନ୍ତି ସୂଚନା ଅନୁଯାୟୀ ଭୁବନେଶ୍ୱର ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିର ସାମ୍ମନା ରେ ମଧ୍ୟ ପରମ୍ପରା ପାଳନ ହେବନି 

13/11/2020

Leave a Reply

Your email address will not be published. Required fields are marked *

Comments