Bikash Khabar
ଶବ ସତ୍କାର ଅନୁମତି ପରେ ସ୍ୱର୍ଗଦ୍ୱାରକୁ କରାଗଲା ବିଶୋଧନ

ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲା ଲୋକଙ୍କ ଶବସତ୍କାର ଉପରୁ କଟକଣା ହଟିଛି ଏହାପରେ ଆଜି ଅଗ୍ନିଶମ ବିଭାଗ ପକ୍ଷରୁ ସ୍ୱର୍ଗଦ୍ୱାରକୁ ସାନିଟାଇଜ କରାଯାଇଛି ସ୍ୱର୍ଗଦ୍ୱାର ପରିସର, ଚାରିପାଖ ଅଫିସକୁ ବିଶୋଧନୀକରଣ କରାଯାଇଛି ଗତକାଲି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବାହାର ଜିଲ୍ଲାର ଶବଦାହ ଉପରୁ କଟକଣା ହଟାଯାଇଥିଲା କିନ୍ତୁ ବଳବତ୍ତର ରହିବ କୋଭିଡ୍ କଟକଣା ଶେଷକୃତ୍ୟ ବେଳେ ସ୍ୱର୍ଗଦ୍ୱାରରେ କୋଭିଡ୍ନିୟମକୁ କଡ଼ାକଡ଼ି ପାଳନ କରାଯିବ କିନ୍ତୁ କୋଭିଡ୍ ରୋଗୀଙ୍କ ଶବଦାହ ଉପରେ କଟକଣା ଜାରି ରହିଛି କରୋନା ଯୋଗୁ ଗତ ଜୁଲାଇ ମାସରେ ରଥଯାତ୍ରା ବେଳେ ପୁରୀ ସହରକୁ ବାହାର ଜିଲ୍ଲାର ଲୋକଙ୍କ ପ୍ରବେଶକୁ ବନ୍ଦ କରାଯାଇଥିଲା   ପରେ ଲୋକଙ୍କ ଯାଆସ ଉପରୁ ପ୍ରତିବନ୍ଧକ ଉଠିଥିଲା କିନ୍ତୁ ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲାର ଲୋକଙ୍କ ଶବ ସତ୍କାରକୁ ମିଳି ନଥିଲା ଅନୁମତି କେବଳ ପୁରୀ ଜିଲ୍ଲାର ଲୋକ ଶବଦାହ ସ୍ୱର୍ଗଦ୍ୱାରରେ କରୁଥିଲେ କୋଭିଡ୍କଟକଣା ସମସ୍ତଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଥିଲା

20/10/2020

Leave a Reply

Your email address will not be published. Required fields are marked *

Comments