Bikash Khabar
କୃଷି ନୀତି-୨୦୨୦କୁ ମୋହର

ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଏଣିକି ଅଣପାରମ୍ପରିକ ଚାଷକୁ ଗୁରୁତ୍ବ ଦିଆଯିବ। ମଙ୍ଗଳବାର  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଏହାକୁ କୃଷି ନୀତି-୨୦୨୦ରେ ସାମିଲ କରାଯାଇଛି। ଚାଷୀର ୟରେ ନିରନ୍ତର ଅଭିବୃଦ୍ଧି ଲକ୍ଷ୍ୟରେ ସରକାର ଆଣିଛନ୍ତି ଏହି ନୂଆ କୃଷି ନୀତି-୨୦୨୦ ବା ସମୃଦ୍ଧି ଆଧୁନିକ ବୈଷୟିକ ଜ୍ଞାନୌଶଳ ଉପଯୋଗ ସହିତ ବଜାର ସହାୟତା ଯୋଗାଇ ଚାଷୀର ଆୟକୁ ଦୁଇଗୁଣା ବୃଦ୍ଧି କରିବା ହେଉଛି ସରକାରଙ୍କର ନୂଆ କୃଷି ନୀତିର ଲକ୍ଷ୍ୟ। ମଙ୍ଗଳବାର  କ୍ୟାବିନେଟ ବୈଠକରେ କୃଷି ନୀତି ସମେତ ଆହୁରି ୭ଟି ପ୍ରସ୍ତାକୁ ମଞ୍ଜୁରି ମିଳିଛି। ନିଷ୍ପତ୍ତି ଅନୁଯାୟୀ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀଙ୍କୁ ଉତ୍ତମ ସେବା ପାଇଁ ଅଗ୍ରାଧିକାର ଭିତ୍ତିରେ ମିଳିବ ପଦୋନ୍ନତି। ରାଜସ୍ବ ନିରୀକ୍ଷକ, ସହ-ରାଜସ୍ବ ନିରୀକ୍ଷକ ଅମିନଙ୍କୁ ପ୍ରତିଯୋଗିତା ପରୀକ୍ଷା ଆଧାରରେ ଚୟନ କରାଯିବ। ସବଅର୍ଡ଼ିନେଟ୍ ଷ୍ଟାଫ୍ ସିଲେକସନ୍ କମିସନ ଏହି ପରୀକ୍ଷା ପରିଚାଳନା କରିବେ। ସେହିଭଳି ୬୦୬ଜଣ ସରକାରୀ ଡିଗ୍ରି କଲେଜ ଅଧ୍ୟାପକ ନିଯୁକ୍ତି ପରୀକ୍ଷା ପାଇଁ ସର୍ବୋଚ୍ଚ ବୟସ ସୀମାକୁ କୋହଳ କରି ୩୩ ବର୍ଷ ବୟସରୁ ୪୮ ବର୍ଷକୁ ବୃଦ୍ଧି କରାଯାଇଛି। ତେବେ ମୁଖ୍ୟତଃ ତିନିଟି ମୌଳିକ ବିନ୍ଦୁକୁ ଆଧାର କରି ନୂତନ କୃଷି ନୀତି-୨୦୨୦ ପ୍ରସ୍ତୁତ କରାଯାଇଛି। ସମ୍ପର୍କରେ ସୂଚନା ଦେଇ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ କହିଲେ ଯେ ରାଜ୍ୟରେ ଚାଷୀମାନଙ୍କ ଆୟରେ ନିରନ୍ତର ଅଭିବୃଦ୍ଧି ପାଇଁ ଧାନ ଉତ୍ପାଦନ ବୃଦ୍ଧି କରାଯିବ। ଏହା ସହିତ ଧାନ ଚାଷ ବ୍ୟତୀତ ଅନ୍ୟ ବହୁବିଧ ଉଚ୍ଚ ମୂଲ୍ୟଯୁକ୍ତ କୃଷିକୁ ଗୁରୁତ୍ବ ଦିଆଯିବ। ରବି ଋତୁରେ ଡାଲି ଡାଲି ଜାତୀୟ ଫସଲକୁ ଅଧିକ ପ୍ରୋତ୍ସାହନ ଦିଆଯିବ। କୃଷି ଉତ୍ପାଦନର ଉଚିତ୍ ମୂଲ୍ୟ ପାଇବା ପାଇଁ ବଜାର ସଂଯୋଗୀକରଣ କରିବାକୁ ନୂତନ କୃଷି ନୀତିରେ ଗୁରୁତ୍ବ ଦିଆଯାଇଛି। ଏଥିପାଇଁ -ନାମ୍ ବ୍ୟବସ୍ଥାକୁ ଅଧିକ ପ୍ରସାରିତ କରାଯିବା ସହ ଅଧିକରୁ ଅଧିକ ଚାଷୀ ସଂଗଠନ (ଏଫପିଓ) ଗଠନ କରାଯିବ। ଉତ୍ପାଦିତ କୃଷି ସାମଗ୍ରୀର ବର୍ଗୀକରଣ, ପ୍ରକ୍ରିୟାକରଣ ସହିତ ପନିପରିବା, ଫଳ, ଦୁଗ୍ଧ ମାଂସ ଦରଦାମରେ ଶୃଙ୍ଖଳା ରକ୍ଷା କରିବା ପାଇଁ ନୂତନ କୃଷି ନୀତିରେ ବ୍ୟବସ୍ଥା କରାଯାଇଛି। ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ କରି ରାଜ୍ୟ ତଥା ଦେଶର ତ୍ବରିତ୍ ଅର୍ଥନୈତିକ ଅଭିବୃଦ୍ଧି ହାସଲ କରାଯିବ। ବିଭିନ୍ନ ଚାଷ କାର୍ଯ୍ୟ ପାଇଁ ଗତ ୧୦ ବର୍ଷର ଡାଟା ବେସକୁ ବିଶ୍ଲେଷଣ କରାଯିବ। ରୋଗପୋକ ପରିଚାଳନା ପାଇଁ ଚାଷୀକୁ ତାଲିମ ପ୍ରଶିକ୍ଷଣ ପ୍ରଦାନ କରାଯିବ। ପୁରୁଣା କୃଷି ନୀତିରେ ଥିବା ଅସୁବିଧାଗୁଡ଼ିକ ଦୂର କରାଯାଇ ଚାଷୀର ସର୍ବାଙ୍ଗୀନ ବିକାଶ ସହିତ ଯେପରି ସମୃଦ୍ଧି ଆସିବ ସେଥିପାଇଁ ନୂତନ କୃଷି ନୀତିରେ ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ଗର୍ଗ କହିଥିଲେ। ପୂର୍ବରୁ ଓଡ଼ିଶା କୃଷି ନୀତି ୧୯୯୬, ୨୦୦୮ ୨୦୧୩ରେ ପ୍ରସ୍ତୁତ ହୋଇଥିଲା। ଚଳିତବର୍ଷ ନୂତନ କୃଷି ନୀତି-୨୦୧୯ ପ୍ରସ୍ତୁତ ହୋଇଥିଲା। କିନ୍ତୁ ୨୦୧୯ ବର୍ଷ ସରିବାକୁ ଯାଉଥିବାରୁ ଏହାର ନାମ ପରିବର୍ତ୍ତନ କରି ନୂତନ କୃଷି ନୀତି-୨୦୨୦ ରଖାଯାଇଛି।

18/12/2019

Leave a Reply

Your email address will not be published. Required fields are marked *

Comments