Bikash Khabar
କୃଷି ନୀତି ଚିଠା ପ୍ରକାଶ,କାଳିଆ ଯୋଜନା ର ଅବଧି ୫ ବର୍ଷ ରହିବ

ଚାଷୀ ଚାଷ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାର ନୂଆ କୃଷିନୀତି ଆଣିବାକୁ ଯାଉଛନ୍ତି। ଏହାପୂର୍ବରୁ କୃଷିନୀତି-୨୦୧୯ର ଚିଠା ପ୍ରକାଶ ପାଇଛି। ଏଥିରେ କାଳିଆ ଯୋଜନାର ଗୁରୁତ୍ବକୁ ଉପଲବ୍ଧି କରି ଯୋଜନାର ମିଆଦିକୁ ବୃଦ୍ଧି କରାଯିବା ସହିତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଦ୍ବାରା ଉତ୍ପାଦିତ ଦ୍ରବ୍ୟ ସାମଗ୍ରୀର ବିକ୍ରି ବଟା ପାଇଁ ବଜାରୀକରଣ, ଚାଷୀଙ୍କୁ ବିହନ, ସାର, କୀଟନାଶକ, ଚାଷୀଋଣ, ଉଦ୍ୟାନ କୃଷି ପ୍ରଭୃତିକୁ ଗୁରୁତ୍ବ ଦିଆଯାଇଛି। ଏହାବାଦ୍ ଫୋକସରେ ରହିଛି ମହିଳା ଚାଷୀଙ୍କ ବିକାଶ। ରାଜ୍ୟ ସରକାର ନୂଆ କୃଷିନୀତି ଚିଠା ପ୍ରସ୍ତାବରେ ଚାଷୀଙ୍କ ବିକାଶ ପାଇଁ ଖସଡ଼ା ସ୍ବତନ୍ତ୍ର ପ୍ରସ୍ତୁତ କରିଛନ୍ତି

ଚିଠା ପ୍ରସ୍ତାବରେ କାଳିଆ ଯୋଜନାର ଅବଧି ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ପ୍ରସ୍ତାବ ରହିଛି। ସହାୟତା ନେଇଥିବା ଚାଷୀଙ୍କ ସଂପର୍କରେ ଅନୁଧ୍ୟାନ କରାଯିବା ସହିତ ଏହାଦ୍ବାରା ଚାଷୀ ଲାଭବାନ ହୋଇଛନ୍ତି କି ନାହିଁ ତାହା ମଧ୍ୟ ତର୍ଜମା କରାଯିବ। ଚାଷୀଙ୍କ ଜୀବିକା ଅର୍ଜନରେ କାଳିଆ ସଫଳତା କେତେ ରହିଛି ତାହାର ଅନୁଧ୍ୟାନ କରାଯିବ। ଯେଉଁ ଚାଷୀ କାଳିଆ ଯୋଜନା ଦ୍ୱାରା ଜୀବିକା ଅର୍ଜନରେ ସଫଳ ହୋଇଛନ୍ତି ସେମାନଙ୍କୁ ପୁରସ୍କୃତ କରାଯିବ। ସେହିପରି ମହିଳା ଚାଷୀଙ୍କୁ ମଧ୍ୟ ପ୍ରସ୍ତାବିତ କୃଷି ନୀତିରେ ଗୁରୁତ୍ୱ ଦିଆଯାଇଛି।

10/08/2019

Leave a Reply

Your email address will not be published. Required fields are marked *

Comments