Bikash Khabar
ଆତ୍ମନିର୍ଭର ଭାରତ ନିର୍ମାଣରେ ସହାୟକ ହେବ ମୋଦି ଙ୍କ କୃଷି ସଂସ୍କାର

କୃଷି କ୍ଷେତ୍ରର ବିକାଶ ପାଇଁ ମୋଦୀ ସରକାରଙ୍କ ଉଦ୍ୟମ ଏବଂ ନିକଟରେ ହୋଇଥିବା କୃଷି ସଂସ୍କାର ଓଡ଼ିଶା ତଥା ଦେଶର କୃଷକଙ୍କ ନିମନ୍ତେ ଅନେକ ସମ୍ଭାବନାସୃଷ୍ଟି କରିବ ଆତ୍ମନିର୍ଭର କୃଷି ଆତ୍ମନିର୍ଭର ଭାରତ ନିର୍ମାଣରେ ଏହା ସହାୟକ ହେବ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ପ୍ରତିକ୍ରିୟା ରେ କହିଛନ୍ତି ମୋଦୀ ସରକାରଙ୍କ କୃଷି ନୀତି କ୍ଷେତ୍ରରେ ହୋଇଥିବା ସଂସ୍କାର ପ୍ରସଙ୍ଗରେ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ କୃଷି ଭାରତୀୟ ଅର୍ଥନୀତିର ମେରୁଦଣ୍ଡ ଆତ୍ମନିର୍ଭର ଚାଷୀ ଆତ୍ମନିର୍ଭର କୃଷି କ୍ଷେତ୍ର ବିନା ଆତ୍ମନିର୍ଭରଶୀଳ ଭାରତର ଲକ୍ଷ୍ୟ କଳ୍ପନା କରାଯାଇପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀସ୍ବାଧୀନତା ଦିବସ ଅବସର ରେ ଦେଶ ବାସୀଙ୍କୁ ଲାଲକିଲ୍ଲାରୁ ସମ୍ଭୋଧିତ କରି  କହିଛନ୍ତି। ଏହି ପରିପ୍ରେକ୍ଷୀରେ ବିଗତ ବର୍ଷ ମଧ୍ୟରେ ମୋଦୀ ସରକାର ଦେଶର ଚାଷୀ ମାନଙ୍କ ଉନ୍ନତି ପାଇଁ ନିରନ୍ତର ଉଦ୍ୟମ କରିଛନ୍ତି। ଚାଷୀଙ୍କ କଲ୍ୟାଣ ତଥା ଆମ କୃଷି କ୍ଷେତ୍ରର ସାମଗ୍ରିକ ବିକାଶ ପାଇଁ ମୋଦୀ ସରକାର ପ୍ରତିଶ୍ରୁତିବଦ୍ଧ ଏବଂ ଏଥି ପାଇଁ ସର୍ବଦା କାର୍ଯ୍ୟରତ। ସର୍ବନିମ୍ନ ସହାୟକ ମୂଲ୍ୟ କେବଳ ଫସଲର  ଉଚିତ୍ ମୂଲ୍ୟ ନିର୍ଦ୍ଧାରଣ କରିନାହିଁ ବରଂ କଠିନ ସମୟରେ ପିଏମ୍କିଷାନ ଭଳି କୃଷି ନୀତି ସେମାନଙ୍କୁ ସୁବିଧା ମଧ୍ୟ ଦେଇଛି। କରୋନା ମହାମାରୀ ସମୟରେ ଓଡ଼ିଶାର ୩୬. ଲକ୍ଷରୁ ଅଧିକ ଚାଷୀ ଡିବିଟି ଜରିଆରେ ସିଧାସଳଖ ହଜାର ଟଙ୍କା ପାଇପାରିଛନ୍ତି।ସେହିପରି କୃଷକଙ୍କ ପାଇଁ ଗୋଟିଏ ଦେଶ, ଗୋଟିଏ ବଜାରକେବଳ ଉତ୍ପାଦନକାରୀଙ୍କୁ ସଶକ୍ତ କରିନାହିଁ ବରଂ ଗ୍ରାହକଙ୍କୁ ମଧ୍ୟ ମଜ୍ବୁତ କରିଛି। ପ୍ରତିବନ୍ଧକ ମୁକ୍ତ ବାଣିଜ୍ୟ ଚାଷୀଙ୍କୁ ସଠିକ୍ ମୂଲ୍ୟ ଯୋଗାଇବ ଏବଂ ସେମାନେ ନିଜର ଉତ୍ପାଦିତ ସାମଗ୍ରୀକୁ ନିଜ ପସନ୍ଦ ଅନୁସାରେ ବଜାରରେ ବିକ୍ରି କରିପାରିବେ। ମୋଦୀ ସରକାରଙ୍କ କୃଷି ନୀତି କାରଣରୁ କୁଚିଣ୍ଡା କିମ୍ବା କୋରାପୁଟର ଚାଷୀ ଦେଶର ଯେ କୌଣସି ବଜାରରେ ଲଙ୍କା ଏବଂ ଅଦା ବିକ୍ରି କରିବାକୁ ସମର୍ଥ ହେବ।

19/08/2020

Leave a Reply

Your email address will not be published. Required fields are marked *

Comments