Bikash Khabar
ରାଜଧାନୀ ଦିଲ୍ଲୀରେ କଟକଣା କୁ ଫୁ କରି ଫୁଟିଲା ବାଣ, ବଢ଼ିଲା ବାୟୁ ପ୍ରଦୂଷଣ

ଅମାନିଆ ଦିଲ୍ଲୀବାସୀ ମାନିଲେନି କଟକଣା ବାଣଫୁଟା କଟକଣା ନିୟମ କୁ ଉଡାଇଦେଲେ ଫୁକରି ଫୁଟିଲା ବାଣ, ଏବେ ଦୀପାବଳି ରାତିରୁ ଦିଲ୍ଲୀରେ ବଢିଛି  ବାୟୁ ପ୍ରଦୂଷଣ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସରକାର ବାଣ ଫୁଟାଇବା ବିକ୍ରି ଉପରେ କଟକଣା କରିଥିଲେ କିନ୍ତୁ ଦିପାବଳୀରେ କଟକଣାକୁ ମାନିଲେନି ଦିଲ୍ଲୀବାସୀ   ଦିଲ୍ଲୀର ପ୍ରଦୂଷଣମାତ୍ରା ଏବେ ବିପଜ୍ଜନକ ସ୍ଥିତିରେ ପହଂଚିଛି ସ୍ଥିତି ସଂଘାତିକ ହୋଇଛି ଦିପାବଳୀ ରାତିରେ ବାଣ ଫୁଟାଇବା ଯୋଗୁ ଦିଲ୍ଲୀର ଏୟାର୍ କ୍ୱାଲିଟି ଇଣ୍ଡେକ୍ସ ବିପଜ୍ଜନକ ଶ୍ରେଣୀରେ ପହଞ୍ଚିଯାଇଛି। ଦିଲ୍ଲୀର କିଛି ଅଞ୍ଚଳରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ଏବେ ୯୯୯ ପର୍ଯ୍ୟନ୍ତ ପହଞ୍ଚିଯାଇଛି। ପ୍ରଦୁଷଣର ମୁକାବିଲା ପାଇଁ ଉତ୍ତର ଦିଲ୍ଲୀ ନଗର ନିଗମ ବିଳମ୍ବିତ ରାତି ପର୍ଯ୍ୟନ୍ତ ପାଣି ସିଂଚନ କରିଥିଲା। ବିଶେଷ କରି ହଟ୍ ସ୍ପଟ୍ ଅଞ୍ଚଳରେ ପ୍ରଦୁଷଣକୁ କମ୍ କରିବା ପାଇଁ ଖୋଦ୍ ଉତ୍ତର ଦିଲ୍ଲୀର ମେୟର ରାସ୍ତାକୁ ଓହ୍ଲାଇଥିଲେ। ଦିଲ୍ଲୀ ଆନନ୍ଦ ବିହାରରେ ଏୟାର କ୍ୱାଲିଟି ଇଣ୍ଡେକ୍ସ  ୫୭୨, ମନ୍ଦିର ମାର୍ଗରେ ୭୮୫, ପଞ୍ଜାବୀ ବାଗରେ ୫୪୪, ଦ୍ୱାରକା ସେକ୍ଟର-୧୮ରେ ୫୦୦, ସୋନିଆ ବିହାରରେ ୪୬୨, ଆମେରିକା ଦୂତାବାସରେ ୬୧୦, ଶହୀଦ ସୁଖଦେବ କଲେଜ୍ ଅଫ୍ ବିଜନେସ୍ ଷ୍ଟଡିଜରେ ୯୯୯, ଜଙ୍ଗାଗିରପୁରରେ ୭୭୩, ସତ୍ୟବତୀ କଲେଜରେ ୮୧୮ ବବାନାରେ ୬୨୩ ରେକର୍ଡ କରାଯାଇଛି।

15/11/2020

Leave a Reply

Your email address will not be published. Required fields are marked *

Comments