Bikash Khabar
ମାଲକାନଗିରି ବିଛିନ୍ନାଂଚଳ ନଦୀ ପାଇଁ ପାଣିରେ ଚାଲୁଥିବା ସାଇକେଲ ଦେବେ ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରା

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳ ରେ କର୍ତ୍ତବ୍ୟନିଷ୍ଠ ଅଙ୍ଗନୱାଡି କର୍ମୀଙ୍କ ବିପଦପୂର୍ଣ୍ଣ  ଉଛୁଳା ନଈ ରେ ପାର ହେଉଥିବା ଦୃଶ୍ୟର ଭିଡିଓକୁ ରି ଟ୍ୱିଟ କରି ଶିଳ୍ପପତି  ଆନନ୍ଦ ମହିନ୍ଦ୍ରା ସହଯୋଗ  ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ଜୀବନକୁ ବାଜି ଲଗାଇ ଅଣ୍ଟାରେ ଲାଉ ତୁମ୍ଭା ବାନ୍ଧି ଗଭୀର ନଦୀରେ ପ୍ରବେଶ କରିଥିବା  ରାଲେଗଡ଼ା ପଞ୍ଚାୟତ ଅଙ୍ଗନୱାଡି କର୍ମୀ ଙ୍କ ଖବର ବିଭିନ୍ନ ଗଣମାଧ୍ୟମରେ ଗତ ମାସ ତଳେ ବିଭିନ୍ନ ଗଣମାଧ୍ୟମ ରେ  ପ୍ରକାଶ ପାଇଥିଲା ! ଏହି ଖବର ସମ୍ପର୍କିତ ଭିଡିଓ ଦେଖିବା ପରେ  ଆନନ୍ଦ ମହିନ୍ଦ୍ରା ବଢାଇଛନ୍ତି ସହଯୋଗର ହାତ ମହିନ୍ଦ୍ରା କମ୍ପାନୀର ସି ଏସ ଆର ପାଣ୍ଠିରୁ ମହିନ୍ଦ୍ରା ମେରାଇନ୍ ଦ୍ବାରା ନିର୍ମିତ ଏକ ନିଆରା ବୋଟ ଯୋଗାଇବାକୁ ପ୍ରସ୍ତାବ ଦେଇଛନ୍ତି ଆନନ୍ଦ ମହିନ୍ଦ୍ରା ସେ ଟ୍ବିଟ କରି କହିଛନ୍ତି ଯେ  ମହିନ୍ଦ୍ରା ମେରାଇନ ଏଭଳି ଏକ ସାଇକେଲ ଉପରେ କାମ କରୁଛି ଯାହା ପାଣିରେ ଚାଲିବ କର୍ତବ୍ୟ ନିଷ୍ଠା ଦେଖିବା ପରେ କମ୍ପାନୀ ଏଭଳି ନିଷ୍ପତ୍ତି ନେଇଛି ! ଯଦି ମହିନ୍ଦ୍ରାଙ୍କ ଏହି ସହଯୋଗ କର୍ତ୍ତବ୍ୟ ସମ୍ପାଦାନକାରୀଙ୍କୁ ସହାୟତା କରିପାରିବ ତେବେ କମ୍ପାନୀର ସିଏସଆର ଆଭିମୁଖ୍ୟ ସଫଳ ହେବ ବୋଲି ମହିନ୍ଦ୍ରା କମ୍ପାନୀ ପକ୍ଷରୁ କୁହାଯାଇଛି।

22/10/2020

Leave a Reply

Your email address will not be published. Required fields are marked *

Comments