Bikash Khabar
ପ୍ରଧାନମନ୍ତ୍ରୀ ଆବାସ କାନ୍ଥରେ ‘ବିଜୁ ପକ୍କା ଘର’ର ଫଳକ ଲଗାଇଛି ଅନୁଗୋଳ ପ୍ରଶାସନ

ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କୁ  ପକ୍କା ଘର କରିବା ପାଇଁ ମିଳିଛି ଏକ ଲକ୍ଷ ୨୦ହଜାର ଟଙ୍କା। ଚାରୋଟି କିସ୍ତିରେ ଟଙ୍କା ନେଇ ଲୋକେ ଘର ତୋଳିଛନ୍ତି। କିନ୍ତୁ, ଘର ତିଆରି ଶେଷ ହେଉ ହେଉ ଏହି ପ୍ରଧାନମନ୍ତ୍ରୀ ଆବାସ କାନ୍ଥରେ ଝୁଲାଯାଉଛି ବିଜୁ ପକ୍କା ଘର ଏକ ମାର୍ବଲ ଖଚିତ ଫଳକ। ବିଜୁ ବାବୁଙ୍କ ଚିତ୍ର ଥିବା ଏହି ଆକର୍ଷଣୀୟ ମାର୍ବଲ ଫଳକ ଲୋକଙ୍କ ସିମେଣ୍ଟ କାନ୍ଥରେ କେବଳ ଚକ୍ଚକ୍କରୁନାହିଁ, ବରଂ ପ୍ରଧାନମନ୍ତ୍ରୀ ଆବାସ ହାତଲେଖା ଫଳକକୁ ଫିକା କରି ଦେଉଛି। ଆଗରୁ ପ୍ରଧାନମନ୍ତ୍ରୀ ଆବାସରେ ଏମିତି ଦ୍ବୈତ ଫଳକ ଲାଗୁ ଥିବା ବେଳେ ଗତ କିଛି ଦିନ ହେଲା ଅନୁଗୁଳ ଜିଲ୍ଲା ପ୍ରଶାସନ ଗାଁ ଗଣ୍ଡାରେ ବିଜୁ ପକ୍କା ଘରନାଁରେ କାହିଁକି ମାର୍ବଲ ଫଳକ ଲଗାଇ ଚାଲିଛି? ଗୋଟିଏ ପଟେ ଜିଲ୍ଲା ପ୍ରଶାସନ ଏହାର କିଛି ନିର୍ଦ୍ଦିଷ୍ଟ ଉତ୍ତର ରଖି ପାରୁନଥିବା ବେଳେ ଅନ୍ୟପଟେ ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ କେନ୍ଦ୍ର ଯୋଜନାକୁ ନିଜ ନାଁରେ ରାଜ୍ୟ ସରକାର ଏମିତି ହାଇଜାକ୍ କରୁଥିବା ସନ୍ଦେହ କରାଯାଉଛି।ଗତ ୨୦୧୮-୧୯ପରଠାରୁ ଆଉ ବିଜୁ ପକ୍କା ଘରର ଅନୁଦାନ ଆସୁନାହିଁ। କେବଳ ପ୍ରଧାନମନ୍ତ୍ରୀ ଆବାସ ବାବଦକୁ ହିତାଧିକାରୀଙ୍କୁ ଏକ ଲକ୍ଷ ୨୦ହଜାର ଟଙ୍କାର ଅନୁଦାନ ଦିଆ ଚାଲିଛି। ଏହି ପ୍ରଧାନମନ୍ତ୍ରୀ ଆବାସ ଘର କାନ୍ଥରେ ବିଜୁ ପକ୍କା ଘର ଏକ ମାର୍ବଲ ଖୋଦେଇ ଫଳକ ଲୋକଙ୍କ କାନ୍ଥରେ ମାରି ଦିଆଯାଉଛି। ଘରର ଗୋଟିଏ କାନ୍ଥରେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କର ଦ୍ବୈତ ଫଳକକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ୨୦୧୮-୧୯ଆର୍ଥିକ ବର୍ଷରୁ ଜିଲ୍ଲାକୁ ବିଜୁ ପକ୍କାଘର ଆସୁନଥିବା ବେଳେ ପ୍ରଧାନମନ୍ତ୍ରୀ ଆବାସ ଘର କାନ୍ଥରେ କାହିଁକି ବିଜୁ ବାବୁଙ୍କର ଫଳକ ଝୁଲୁଛି? ପୂର୍ବରୁ ପ୍ରଧାନମନ୍ତ୍ରୀ ଆବାସ ଘର କାନ୍ଥରେ କେବଳ ପ୍ରଧାନମନ୍ତ୍ରୀ ଆବାସ ବୋଲି କାନ୍ଥରେ ହାତଲେଖା ଫଳକ ଝୁଲୁଥିଲା ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବା ବେଳେ ତାପୂର୍ବରୁ କାହିଁକି ହାତଲେଖା ଫଳକ କାନ୍ଥରେ ରାଜ୍ୟ ସରକାର ମାର୍ବଲ ଫଳକ କାନ୍ଥରେ ମାରୁଛନ୍ତି? ପ୍ରଧାନମନ୍ତ୍ରୀ ଆବାସରେ ରାଜ୍ୟ ସରକାରଙ୍କର କିଛି ଅଂଶ ଧନ ଅଛି କି? ଯଦି ଅଛି, ତେବେ ଉଭୟ ଫଳକ ମାର୍ବଲ କରିବା ପରିବର୍ତ୍ତେ ହିତାଧିକାରୀଙ୍କ କାନ୍ଥରେ କେବଳ ବିଜୁ ପକ୍କା ଘରକାହିଁକି ଚକ୍ଚକ୍କରୁଛି? ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବା ବେଳେ ଦ୍ବୈତ ଫଳକ କାରବାର ଗାଁ ଗଣ୍ଡାରେ ଏକ ପ୍ରକାର ନିର୍ବାଚନୀ ପ୍ରଚାର ନୁହେଁ ? ବୁଦ୍ଧିଜୀବୀ ମହଲରେ ଏମିତି ନାନା ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ଜିଲ୍ଲା ପ୍ରଶାସନ କିନ୍ତୁ ଏହା ଉପରେ କୌଣସି ଠୋସ୍ଉତ୍ତର ଦେଇ ପାରୁନାହିଁ

 

28/11/2020

Leave a Reply

Your email address will not be published. Required fields are marked *

Comments