Bikash Khabar
ରାଣା ମ୍ୟୁଜିୟମ୍‌ର ନିଆରା ଶିଳ୍ପୀ ଇଶ୍ୱର

 ନାଁ ତାଙ୍କର ଇଶ୍ୱର। ଆଉ ତାଙ୍କ ସୃଷ୍ଟି ବି ନିଆରା। ସୁକ୍ଷ୍ମ କଳାକୃତି ଗଢ଼ିବାରେ ସେ ହେଉଛନ୍ତି ସିଦ୍ଧହସ୍ତ ।  ବୋତଲ ରେ ସେ ତିଆରି କରନ୍ତି ବିସ୍ମୟ । ଶ୍ସବୁଁ ଖଣ୍ଡ ,ମହମ,ଚକ ଖଡ଼ି ଖଣ୍ଡରେ ସେ ଯେଉଁ କଳାସୃଷ୍ଟି କରନ୍ତି ତାହା ଯେତିକି ସୁନ୍ଦର ଡେତିକି ରହସ୍ୟ ରେ ଭରା ।
ଏହି ଶିଳ୍ପୀ ଏଲ୍‌.ଇଶ୍ୱର ରାଓ ନିକଟରେ ଲୌହମାନବଙ୍କର ନିଆରା କୃତି ତିଆରି କରି ସମସ୍ତଙ୍କୁ ବିମୋହିତ କରିଦେଇଛନ୍ତି। କାଚ ବୋତଲ ଭିତରେ ସେ ସାବୁନରେ ପ୍ରସ୍ତୁତ କରିଛନ୍ତି ପଟେଲଙ୍କ ଏକ  କ୍ଷୁଦ୍ରାକୃତି ପ୍ରତିମୂର୍ତ୍ତି। ଯାହାର ଉଚ୍ଚତା ରହିଛି ମାତ୍ର ୩ ଇଞ୍ଚ । ବୋତଲ ଭିତରେ ମହାମାନଵ ସର୍ଦାରପଟେଲ  ଙ୍କ ଏହି କ୍ଷୁଦ୍ରକୃତି ଇଶ୍ୱର ଙ୍କୁ ପ୍ରତିଷ୍ଠା ଦେଇଛି ।
 ମୂର୍ତ୍ତି ଗଢ଼ିବା ସହିତ ସେ  ସୋଡ଼ା ବୋତଲ ଭିତରେ ସାବୁନ ଖଣ୍ଡ ବ୍ୟବହାର କରି ଯାଦୁ ସୃଷ୍ଟିକରନ୍ତି । ସେ ମୂର୍ତ୍ତିଗୁଡ଼ିକୁ ଏମିତି ଢଙ୍ଗରେ ଛୋଟ ମୁହଁ ବୋତଲ ଭିତରେ ସ୍ଥାନୀତ କରିପାରନ୍ତି, ଯାହାକୁ ଦେଖି ଜଣେ  ଆଶ୍ଚର‌୍ୟ୍ୟ ଚକିତ ହୋଇଥାଏ । ପର‌୍ୟ୍ୟାପ୍ତ ପରିମାଣର ସୋଡ଼ା ବୋତଲ ସଂଗ୍ରହ କରି ସେ ମୂର୍ତ୍ତିକୃତି ମାନ ତିଆରି କରି  ସାଇତି ରଖିଛନ୍ତି ।
 ଜଟଣୀରେ ରହୁଥିବା ଏହି ଯୁବ ଶିଳ୍ପୀ ନିଜ କଳା ଜରିଆରେ  ରାଜ୍ୟ ତଥା ରାଜ୍ୟ ବାହାରେ ଅନେକ ଥର  ପୁରସ୍କୃତ ହୋଇଛନ୍ତି। ନିଜ ଘରେ ଏକ ନିଆରା ମ୍ୟୁଜିୟମ୍‌ ମଧ୍ୟ ପ୍ରତିଷ୍ଠା କରିଛନ୍ତି। ଯେଉଁଥିରେ ତାଙ୍କ ହାତତିଆରି କଳାକୃତି ସାଇତା  ହୋଇ ରହିଛି । ସେ ଏହାର ନାଁ ରଖିଛନ୍ତି ‘ରାଣା ମ୍ୟୁଜିୟମ୍‌’।
 

11/03/2019

Leave a Reply

Your email address will not be published. Required fields are marked *

Comments