Bikash Khabar
ଧୀରେ ଧୀରେ ଖୋଲୁଛି ଏଟିଏମ

ବିମୁଦ୍ରାୟନସମୟରେ ଏଟିଏମ ଗୁଡିକ ସାମ୍ନାରେ ଯେଭଳି ଭିଡ଼ ଦେଖିବାକୁ ମିଳିଥିଲା ସମାନ ଦୃଶ୍ୟ ଦେଖିବାକୁ ମିଳିଲା ବାତ୍ୟା ପରବର୍ତ୍ତୀ ଭୁବନେଶ୍ୱର ରେ କଟକ ପୁରୀ ଅନ୍ୟାନ ସ୍ଥାନରେ ମଧ୍ୟ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବିଜୁଳି ବ୍ୟବସ୍ଥା ଭୁସୁଡ଼ିଯିବାପରେ ସହର ସମସ୍ତ ଏଟିଏମ ଗୁଡିକ ଅଚଳ ହୋଇପଡ଼ିଥିଲା    ଏବେ  ବାତ୍ୟା ପ୍ରଭାବିତ ଅଞ୍ଚଳରେ ଧୀରେ ଧୀରେ ବ୍ୟାଙ୍କ ସେବାକୁ ସ୍ୱାଭାବିକ କରାଯାଉଛି ଗୁରୁବାର ସୁଦ୍ଧା ଖୋର୍ଦ୍ଧା ପୁରୀ ଜିଲ୍ଲାର ୪୩୨ଟି ବ୍ୟାଙ୍କ ଶାଖାକୁ କାର୍ଯ୍ୟକ୍ଷମ କରାଯାଇଛି ଖୋର୍ଦ୍ଧା ଜିଲ୍ଲାର ୭୦୭ଟି ବ୍ୟାଙ୍କ ଶାଖା ରହିଛି ସେଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୩୭୨ଟି ଶାଖା କାମ କରୁଛି ବୋଲି ସୂଚନା ଲୋକସମ୍ପର୍କ ସଚିବ ସଞ୍ଜୟ ସିଂହ ସୂଚନା ଦେଇଛନ୍ତି। ସେହିପରି ପୁରୀ ଜିଲ୍ଲାର ୨୩୯ଟି ବ୍ୟାଙ୍କ ଶାଖା ମଧ୍ୟରୁ ୬୦ଟି କାର୍ଯ୍ୟକ୍ଷମ ହୋଇପାରିଛି।

ବିଦ୍ୟୁତ ସେବା ପ୍ରଭାବିତ କାରଣରୁ  ଏଟିଏମ୍ଅଚଳ ହୋଇ ପଡିଛି ତେବେ ପୁରୀରେ ୧୭୩ଟି ଏଟିଏମ୍ରୁ ୨୦ଟି କାର୍ଯ୍ୟକ୍ଷମ ହୋଇଥିବା ଶ୍ରୀ ସିଂହ କହିଛନ୍ତି। ଖୋର୍ଦ୍ଧା ଭୁବନେଶ୍ୱରରେ ୧୧ଶହ ୬୪ଟି ଏଟିଏମ୍ରୁ ୧୯୭ଟି କାର୍ଯ୍ୟକ୍ଷମ ହୋଇଛି। ସେହିପରି କଟକ ଜିଲ୍ଲାରେ ୫୯୩ଟି ଏଟିଏମ୍ରୁ ୧୬୨ଟି କାର୍ଯ୍ୟକ୍ଷମ ହୋଇଛି। ଭ୍ରାମ୍ୟମାଣ ଏଟିଏମ ସେବା ଯୋଗାଇଦେବା ପାଇଁ ବ୍ୟାଙ୍କ ଗୁଡିକ ପଦକ୍ଷେପ ନେଉଥିବା ଜଣାଯାଇଛି

 

10/05/2019

Leave a Reply

Your email address will not be published. Required fields are marked *

Comments