Bikash Khabar
ଏଣିକି ଆଇନ ସମ୍ମତ ଅପରେସନ କରିପାରିବେ ଆୟୁର୍ବେଦିକ ଡାକ୍ତର

ଆୟୁର୍ବେଦ ଡକ୍ତରମାନଙ୍କୁ ତାଲିମ ଦିଆଯାଇ ନାସା ଗଳା କର୍ଣ୍ଣ, ଚକ୍ଷୁ, ଅସ୍ଥିଶଲ୍ୟ ଏବଂ ଦନ୍ତ ଆଦି କ୍ଷେତ୍ରରେ ବିଭିନ୍ନ ପ୍ରକାରର ସାଧାରଣ ଅସ୍ତ୍ରୋପଚାର କରାଇବା ନିମନ୍ତେ ଆଇନସମ୍ମତ ଅନୁମତି ଦିଆଯିବ ବୋଲି କେନ୍ଦ୍ର ସରକାର ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। କିନ୍ତୁ, ଏହି ଅସ୍ତ୍ରୋପଚାର ସବୁ ଆୟୁର୍ବେଦ ପ୍ରତିଷ୍ଠାନ ଡାକ୍ତରଖାନାମାନଙ୍କରେ ୨୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ କରାଯାଉଛି। ଏହା ଆଇନସିଦ୍ଧ ବୋଲି ସ୍ପଷ୍ଟ କରିବାକୁ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଥିବା କଥା ସେଣ୍ଟ୍ରାଲ୍କାଉନ୍ସିଲ୍ଅଫ୍ଇଣ୍ଡିଆନ୍ମେଡିସିନ୍ ଅଧ୍ୟକ୍ଷ କହିଛନ୍ତି।ଇଣ୍ଡିଆନ୍ସେଣ୍ଟ୍ରାଲ୍କାଉନ୍ସିଲ୍ଅଫ୍ମେଡିସିନ୍‌ (ସ୍ନାତକୋତ୍ତର ଆୟୁର୍ବେଦ ଶିକ୍ଷା) ରେଗୁଲେସନ୍, ୧୦୧୬କୁ ସଂଶୋଧନ କରାଯାଇ ଯେଉଁ ପଦ୍ଧତି ସବୁ ସାମଲି କରାଯିବ ସେ ସବୁ ନଭେମ୍ବର ୧୯ ତାରିଖର ଏହି ବିଜ୍ଞପ୍ତିରେ ତାଲିକାଭୁକ୍ତ ହୋଇଛି। କେନ୍ଦ୍ର ସରକାରଙ୍କ ମଞ୍ଜୁରିକ୍ରମେ ଏହି ସଂଶୋଧନ କରାଯାଇଥିବା କଥା ଏଥିରେ ଉଲ୍ଲେଖ ଅଛି। ସ୍ନାତକୋତ୍ତର ଶିକ୍ଷାରେ ଶଲ୍ୟତନ୍ତ୍ର’ (ସାଧାରଣ ଅସ୍ତ୍ରୋପଚାର) ଏବଂ ଶାଲକ୍ୟତନ୍ତ୍ର’ (କର୍ଣ୍ଣ, ନାସା, ଗଳା, ମୁଣ୍ଡ ଏବଂ ଚକ୍ଷୁ ଅସ୍ତ୍ରୋପଚାର) ଶିକ୍ଷାର୍ଥୀମାନେ ସ୍ୱତନ୍ତ୍ର ଭାବେ ବିଭିନ୍ନ ପ୍ରକାର ଅସ୍ତ୍ରୋପଚାର ପଦ୍ଧତି ବିଷୟରେ ବାସ୍ତବ ତାଲିମ ପାଇବେ।

22/11/2020

Leave a Reply

Your email address will not be published. Required fields are marked *

Comments