Bikash Khabar
ବାଉଁଶ ମିସନ୍‌ ପାଇଁ ୨୭ କୋଟି ୩୩ ଲକ୍ଷ ଟଙ୍କାର ବାର୍ଷିକ ଯୋଜନା, ହେକ୍ଟର ପିଛା ଦିଆଯିବ ୫୦ ହଜାର ସହାୟତା

ରାଜ୍ୟରେ ବାଉଁଶ ମିସନ୍ପାଇଁ ୨୦୧୯-୨୦ ଆର୍ଥିକ ବର୍ଷରେ ୨୭ କୋଟି ୩୩ ଲକ୍ଷ ଟଙ୍କାର ବାର୍ଷିକ ଯୋଜନା ପ୍ରସ୍ତୁତ ହୋଇଛି। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ରାଜ୍ୟସ୍ତରୀୟ କାର୍ଯ୍ୟକାରୀ କମିଟି ବୈଠକରେ ଏହି ଯୋଜନାକୁ ଅନୁମୋଦନ ମିଳିଛି। ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ଜଙ୍ଗଲ ପରିବେଶ ବିଭାଗର ପ୍ରମୁଖ ସଚିବ ମୋନା ଶର୍ମା ବାଉଁଶ ମିସନ୍ସମ୍ପର୍କରେ ସୂଚନା ଦେଇଥିଲେ। ଓଡ଼ିଶା ବାଉଁଶ ଉନ୍ନୟନ ସଂସ୍ଥା କ୍ଷେତ୍ର ସ୍ତରରେ ବନ ସଂରକ୍ଷଣ ସମିତି, ଯୁଗ୍ମ ଜଙ୍ଗଲ ପରିଚାଳନା କମିଟି, ପରିବେଶ ଉନ୍ନୟନ କମିଟି କୃଷକ କ୍ଲବ୍ଗୁଡ଼ିକୁ ସାମିଲ୍କରି କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ପରାମର୍ଶ ଦେଇଥିଲେ। ବାଉଁଶ ମିସନ୍ ନିର୍ଦ୍ଦେଶକ କେ ପଟ୍ଟନାୟକ କହିଲେ, ଅଣ-ଜଙ୍ଗଲ ସରକାରୀ ଘରୋଇ ଜମିରେ ବାଉଁଶ ବୃକ୍ଷେରାପଣ ଅଧିକ କରିବା ପାଇଁ ମିସନ୍ ଲକ୍ଷ୍ୟ ରହିଛି। ଏହା ଦ୍ବାରା ସଂପୃକ୍ତ ବ୍ୟକ୍ତିଙ୍କ ରୋଜଗାର ବଢ଼ିବା ସହ ଜଳବାୟୁ ସନ୍ତୁଳନ ହୋଇପାରିବ ଶିଳ୍ପ ପାଇଁ କଞ୍ଚା ସାମଗ୍ରୀ ମିଳିପାରିବ। ଘରୋଇ ଜମି, ସାମୂହିକ ଜମି, ଅବ୍ୟହୃତ ଆର୍ଦ୍ରଭୂମି, କେନାଲ ଜଳାଶୟ ନିକଟରେ ବାଉଁଶ ଗଛ ଲଗାଯିବା ଉପରେ ଗୁରୁତ୍ବ ଦିଆଯାଉଛି।

 

ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ବ୍ୟବସାୟିକ ଦିଗ ପ୍ରତି ଗୁରୁତ୍ବ ଦିଆଯାଇ ବାଉଁଶ ଗଛ ଲଗାଯିବ। ଚାଷୀ କାରୀଗରମାନଙ୍କୁ ବାଉଁଶ ଗଛ ଲଗାଯିବା ପାଇଁ ପ୍ରୋତ୍ସାହନ ଦିଆଯିବ। ହେକ୍ଟର ପିଛା ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ। ଗୋଟିଏ ହେକ୍ଟର ଜମିରେ ପ୍ରାୟ ୪୧୭ ବାଉଁଶ ଗଛ ଲଗାଯିବ। ଗଛ ପିଛା ୧୨୦ ଟଙ୍କା ହିସାବରେ କିସ୍ତିରେ ତିନି ବର୍ଷ ମଧ୍ୟରେ ଏହି ଅର୍ଥ ମିଳିବ। ବାଉଁଶ ବୃକ୍ଷରୋପଣ, ତାହାକୁ ଜୀବିତ ରଖାଯିବା ବଢ଼ିବା ଆଦିକୁ ଦେଖି ଏହି ସହାୟତା ପର୍ଯ୍ୟକ୍ରମେ ମିଳିବ। ବାଉଁଶ ମିସନ୍ପକ୍ଷରୁ ଗୁଣାତ୍ମକ ଚାରା ଯୋଗାଇବା ପାଇଁ ପଦକ୍ଷେପ ନିଆଯିବ।

21/08/2019

Leave a Reply

Your email address will not be published. Required fields are marked *

Comments