Bikash Khabar
ବ୍ୟାଙ୍କ ଫେରାଇବେ ଡିଜିଟାଲ୍‌ କାରବାର ଚାର୍ଜ

ଡିଜିଟାଲ୍ ୟୁପିଆଇ କାରବାର ଉପରେ ବ୍ୟାଙ୍କ କିମ୍ବା ପେମେଣ୍ଟ୍ ସେବା ପ୍ରଦାନ କରୁଥିବା ସଂସ୍ଥାଗୁଡ଼ିକ ଗ୍ରାହକଙ୍କ ଠାରୁ କୌଣସି ଚାର୍ଜ ବା ଶୁଳ୍କ ଆଦାୟ କରିପାରିବେ ନାହିଁ। କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ଏହା ସ୍ପଷ୍ଟ କରିଛି। ପେମେଣ୍ଟସ୍ଆଣ୍ଡ୍ସେଟଲମେଣ୍ଟ୍ସିଷ୍ଟମସ୍ଆକ୍ଟ, ୨୦୦୭ର ଧାରା ୧୦ ଆୟକର ନିୟମର ଧାରା ୨୬୯ ଏସ୍ୟୁ ଅନୁସାରେ ଏହି ଶୁଳ୍କ ଗ୍ରାହକ କିମ୍ବା ମର୍ଚାଣ୍ଟ୍ଙ୍କ ଠାରୁ ଆଦାୟ କରାଯାଇପାରିବ ନାହିଁ ୨୦୨୦ ଜାନୁଆରି ପରଠାରୁ ଏହି ନିୟମ ଲାଗୁ କରାଯାଇଛି। ଏହାର ପରବର୍ତୀ ସମୟରେ ଯେଉଁ ବ୍ୟାଙ୍କ ଆର୍ଥିକ ସେବା ପ୍ରଦାନକାରୀ ସଂସ୍ଥା ଗ୍ରାହକଙ୍କ ଠାରୁ ଶୁଳ୍କ ଆଦାୟ କରିଛନ୍ତି ସେମାନେ ସେହି ଟଙ୍କା ଫେରାଇବେ। ଡିଜିଟାଲ୍ ୟୁପିଆଇ କାରବାର ଉପରେ ଗ୍ରାହକଙ୍କ ଠାରୁ ୨୦୨୦ ଜାନୁଆରି ପରେ ଆଦାୟ କରାଯାଇଥିବା ଟଙ୍କା ସେମାନଙ୍କୁ ଫେରାଇବାକୁ ସିବିଡିଟି ପକ୍ଷରୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି। ଏକ ବିଜ୍ଞପ୍ତି ଜାରି କରି ସିବିଡିଟି ଜଣାଇଛି, ରୁପେ ଡେବିଟ୍କାର୍ଡ, ୟୁନିଫାଏଡ୍ପେମେଣ୍ଟ୍ଇଣ୍ଟରଫେସ୍ (ୟୁପିଆଇ), ୟୁପିଆଇ କ୍ୟୁଆର୍କୋଡ୍, ଭିମ୍ ୟୁପିଆଇ କ୍ୟୁଆର୍କୋଡ୍ଜରିଆରେ କାରବାର ବେଳେ ଗ୍ରାହକ କିମ୍ବାହିତାଧିକାରୀଙ୍କ ଠାରୁ ବ୍ୟାଙ୍କଗୁଡ଼ିକ କୌଣସି ଶୁଳ୍କ ଆଦାୟ କରିପାରିବେ ନାହିଁ। କିଛି ବ୍ୟାଙ୍କ ୟୁପିଆଇ କାରବାର ଉପରେ ଶୁଳ୍କ ଆଦାୟ କରୁଥିବା ଜଣାପଡ଼ିବା ପରେ ସିବିଡିଟି ପକ୍ଷରୁ ଏହି ବିଜ୍ଞପ୍ତି ଜାରି କରାଯାଇଛି। ଏକ ନିର୍ଦିଷ୍ଟ ପରିମାଣର କାରବାର ଶୁଳ୍କ ମୁକ୍ତ ରହିଥିବା ବେଳେ ତାଠାରୁ ବଡ଼ ୟୁପିଆଇ ପେମେଣ୍ଟ୍ବେଳେ ଶୁଳ୍କ ଆଦାୟ କରାଯାଉଛି। ବ୍ୟାଙ୍କଗୁଡ଼ିକ ତରଫରୁ ଗ୍ରହଣ କରାଯାଇଥିବା ଏହି ବ୍ୟବସ୍ଥା ଉଭୟ ଆୟକର ନିୟମ ପେମେଣ୍ଟସ୍ଆଣ୍ଡ୍ସେଟଲମେଣ୍ଟ୍ସିଷ୍ଟମସ୍ନିୟମର ଉଲ୍ଲଂଘନ କରୁଛି। ଯେଉଁ ସଂସ୍ଥା ଏହି ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିବିଡିଟି ତରଫରୁ କୁହାଯାଇଛି।

31/08/2020

Leave a Reply

Your email address will not be published. Required fields are marked *

Comments