Bikash Khabar
କୋକୋରାପୁଟ ର ମହିଳା କରୋନା ଯୋଦ୍ଧା: ଘରେ ଘରେ ଯୋଗାଉଛନ୍ତି ବ୍ୟାଙ୍କ ସେବା

କରୋନା ଲକ୍ଡାଉନ ଡାକି ଆଣିଛି ଅନେକ ବିପତ୍ତି। କିଏ ବାହାରେ ଫସି ରହିଛି, ଘରକୁ ଆସିବ ବୋଲି ଛଟପଟ ହେଉଛି। କିଏ ଘରେ ରହିବି ବାହାରକୁ ଯାଇ ପାରି ଛଟପଟ ହେଉଛନ୍ତି। ଏପରି ବିପଦକାଳୀନ ପରିସ୍ଥିତିରେ ଅନେକ ବଦାନ୍ୟ ବ୍ୟକ୍ତି ସେମାନଙ୍କର ସହଯୋଗର ହାତ ବଢାଇଛନ୍ତି। ଏହି ମହାନ ବ୍ୟକ୍ତିତ୍ୱଙ୍କ ମଧ୍ୟରୁ ଜଣେ ହେଉଛନ୍ତି କୋରାପୁଟର ସଲାମୀ ଶଶାଙ୍କର। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ତୋୟାପୁଟ ଗାଁର ସଲାମୀ। ଲକଡାଉନ ଯୋଗୁ ଲୋକେ ଘରୁ ବାହାରୁ ଥିବାବେଳେ ଏଟିଏମ ଯାଇ ଟଙ୍କା ଉଠାଇବା କଷ୍ଟକର ହୋଇ ପଡ଼ିଛି।  ତା ଛଡ଼ା ସାଧାରଣ ଦିନରେ ବି ଗାଁରେ ବ୍ୟାଙ୍କ ସୁବିଧା ଏତେ ଉପଲବ୍ଧ ନୁହେଁ।  ତେଣୁ ସଲାମୀ ଗାଁ ଗାଁ ବୁଲି ଘରେ ଘରେ ପହଞ୍ଚାଉଛନ୍ତି ବ୍ୟାଙ୍କ ସେବା। ଓଡ଼ିଶା ଜୀବିକା ମିଶନ ଜରିଆରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଦ୍ୱାରା  ଗାଁରେ ଏକ ଗ୍ରାହକ ସେବା କେନ୍ଦ୍ର ଖୋଲାଯାଇଛି। ଏହି କେନ୍ଦ୍ରରେ ରହି କରି ଲୋକଙ୍କୁ ସେବା ଯୋଗାଉଛନ୍ତି ସଲାମୀ।  ପୂର୍ବରୁ ଲୋକେ ଏହି ଗ୍ରାହକ ସେବା କେନ୍ଦ୍ରକୁ ଆସି ବ୍ୟାଙ୍କ କାମ କରୁଥିଲେ। ହେଲେ ଲକ୍ଡାଉନ ଯୋଗୁ ଲୋକେ ବାହାରକୁ ବାହାରୁ ନାହାନ୍ତି। ତେଣୁ ଲୋକଙ୍କୁ ଘରେ ବ୍ୟାଙ୍କ ସେବା ଯୋଗାଇ ଦେବାକୁ ସଲାମୀ ଆଗେଇ ଆସିଛନ୍ତି। ଦୁର୍ଗମ ଅଞ୍ଚଳରେ ଚାଲି ଚାଲି ଘରକୁ ଘର ଯାଉଛନ୍ତି। ଯେଉଁମାନେ ବ୍ୟାଙ୍କ ସେବା ଆବଶ୍ୟକ କରୁଛନ୍ତି ସେମାନଙ୍କୁ ସାହାଯ୍ୟ କରୁଛନ୍ତି। ସଲାମୀଙ୍କ କହିବା ଅନୁସାରେ ଏପରି ଅନେକ ଗାଁ ରହିଛି ଯେଉଁଠି ନେଟ ସଂଯୋଗ ନାହିଁ। ସେପରି ଜାଗାରେ ସେ ନିକଟସ୍ଥ ଯେଉଁ ଜାଗାରେ ନେଟ କାମ କରୁଛି ସଲାମୀଙ୍କ କହିବା ଅନୁଯାୟୀ ସେହି ସ୍ଥାନକୁ ଗାଁ ଲୋକେ ଚାଲି ଚାଲି ଆସୁଛନ୍ତି। ଦୁର୍ଗମ ଅଞ୍ଚଳରେ ଲୋକଙ୍କ ପାଖକୁ ଯାଇ ବ୍ୟାଙ୍କ ସେବା ପ୍ରଦାନ କରୁଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍କରି ପ୍ରଶଂସା କରିଛନ୍ତି।

 

09/05/2020

Leave a Reply

Your email address will not be published. Required fields are marked *

Comments