Bikash Khabar
ଶୈଶବର ବିକାଶ ପାଇଁ ଆରମ୍ଭ ହେଲା ବାତ୍ସଲ୍ୟ କାର୍ଯ୍ୟକ୍ରମ

ବର୍ଷରୁ କମ୍ବୟସର ଶିଶୁମାନଙ୍କ ଯତ୍ନଓ ପୁଷ୍ଟିସାଧନକୁ ଆଧାର କରି ସେମାନଙ୍କ ଶୈଶବର ବିକାଶ ପାଇଁ ମହିଳା ଶିଶୁବିକାଶ ମିସନ ଶକ୍ତି  ପକ୍ଷରୁ ବାତ୍ସଲ୍ୟକାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଅଙ୍ଗନବାଡ଼ି କେନ୍ଦ୍ରରେ ଏହି ଶିଶୁମାନଙ୍କୁ ପରିପୂରକ ପୁଷ୍ଟିସାଧନ, ଟିକାକରଣ, ସ୍ବାସ୍ଥ୍ୟ ପରୀକ୍ଷା ଆଦି କାର୍ଯ୍ୟକ୍ରମକୁ ଗୁରୁତ୍ବ ଦିଆଯାଇଛି। ଭର୍ଚୁଆଲ ପ୍ଲାଟ୍ଫର୍ମ ଜରିଆରେ ଏହାର ଶୁଭାରମ୍ଭ କରିଛନ୍ତି ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ। ମନ୍ତ୍ରୀ ଶ୍ରୀମତୀ ସାହୁ କହିଛନ୍ତି, ପ୍ରତ୍ୟେକ ଶିଶୁର ବିକଶିତ ପରିପୂର୍ଣ୍ଣ ଶୈଶବ ପାଇଁ ପିତାମାତାଙ୍କଠାରୁ ଆରମ୍ଭ କରି ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ନିକଟରୁ ପର୍ଯ୍ୟାପ୍ତ ବାତ୍ସଲ୍ୟମମତା ପାଇବା ଆବଶ୍ୟକ। ଶିଶୁର ଲାଳନପାଳନରେ ପିତାମାତା ପରିବାର ସଦସ୍ୟଙ୍କ ଯେଉଁ ଦାୟିତ୍ବ କର୍ତ୍ତବ୍ୟ ରହିଛି, ତାକୁ ସଠିକ୍ଢଙ୍ଗରେ ରୂପାନ୍ତରିତ କରିବା ଦିଗରେ ବାତ୍ସଲ୍ୟଏକ ଅଭିନବ ସୁଦୂରପ୍ରସାରୀ ଅଭିଯାନ। ଏହି ଅଭିଯାନ ସଫଳତାର ସହ କାର୍ଯ୍ୟକାରୀ ହେଲେ ଆଦ୍ୟ ଶୈଶବର ବିକାଶକୁ ତ୍ବରାନ୍ବିତ ହୋଇପାରିବ। ଫଳରେ ଶିଶୁର ସାରା ଜୀବନ ପାଇଁ ଏକ ସୁଦୃଢ଼ ମୂଳଦୁଆ ପଡ଼ିବ।

 

18/11/2020

Leave a Reply

Your email address will not be published. Required fields are marked *

Comments