Bikash Khabar
ଦୂର ହେବ ସହର ରେ ପାର୍କିଙ୍ଗ ସମସ୍ୟା,ବିଭିନ୍ନ ସ୍ଥାନରେ ନିର୍ମାଣ ହେବ ବହୁତଳ କାର୍‌ ପାର୍କିଂସ୍ଥଳୀ

ସହର ରେ କାର ପାର୍କିଙ୍ଗ ସମସ୍ୟାର ସମାଧାନ ଖୁବ ଶୀଘ୍ର ହେବ ଏଥିପାଇଁ ବିଡିଏ ପକ୍ଷରୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି ଜନପଥ, ବିଦ୍ୟୁତ ମାର୍ଗ, ସଚିବାଳୟ ମାର୍ଗ, ନନ୍ଦନକାନନ ରୋଡ୍, କଟକ ରୋଡ୍ଆଦି ଅଞ୍ଚଳରେ ଯେପରି ପାର୍କିଂ ଜନିତ ସମସ୍ୟା ଅଧିକ ରହିବନି, ସେଥିପାଇଁ ବିଭିନ୍ନ ସ୍ଥାନରେ ବହୁତଳ କାର୍ ପାର୍କିଂସ୍ଥଳୀ ନିର୍ମାଣ ହେବ ଏଥିପାଇଁ ବିଡିଏ ବିଏମ୍ସି ସିଡିପି ଭିତ୍ତିଭୂମି ଉନ୍ନତୀକରଣ ପାଣ୍ଠି (ସିଆଇଡିଏଫ୍‌)ରୁ ଅର୍ଥ ଦେବେ। ସୂଚନା ଅନୁଯାୟୀ, ରାଜଧାନୀରେ ଏବେ ହଜାର ହଜାରଘର ବେଆଇନ ଭାବେ ନିର୍ମାଣ ହୋଇଛି। ବିଶେଷକରି ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ୪୦%ପାର୍କିଂ ଅଞ୍ଚଳ ଛାଡ଼ିବାକୁ ନିୟମ ଥିବା ବେଳେ ସେମାନେ ଛାଡ଼ି ନାହାନ୍ତି। ସେମାନେ ସର୍ବକ୍ଷମା ଯୋଜନାରେ ଆବେଦନ କରିଥିବା ବେଳେ ସେମାନଙ୍କଠାରୁ ପାର୍କିଂସ୍ଥଳରେ ବେଆଇନ ନିର୍ମାଣ ପାଇଁ କମ୍ପାଉଣ୍ଡିଂ ଫିବାବଦରେ ଜରିମାନା ଆଦାୟ ହେଉଛି। ଏହା ସିଆଇଡିଏଫ୍ପାଣ୍ଠିରେ ରହୁଛି। ବିଏମ୍ସି ବିଡିଏ ଏହି ଭଳି ଫିଆଦାୟ କରିଛନ୍ତି। ତେଣୁ ଏହି ଫିକୁ ରାଜଧାନୀର ପାର୍କିଂସ୍ଥଳ ଉନ୍ନତି ବାବଦକୁ ବ୍ୟବହାର  କରାଯିବ। ରାଜଧାନୀର ସବୁ ପ୍ରମୁଖ ସ୍ଥାନରେ ବହୁତଳ କାର୍ପାର୍କିଂସ୍ଥଳୀ ନିର୍ମାଣ କରାଯିବ।

18/11/2020

Leave a Reply

Your email address will not be published. Required fields are marked *

Comments