Bikash Khabar
ଛାତ୍ରଛାତ୍ରୀଙ୍କ ମାନସିକ ଚାପ ଦୂର କରିବ ‘ଭରସା’

 କୋଭିଡ୍‌-୧୯ ପରିପ୍ରେକ୍ଷୀରେ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ମାନସିକ ଚାପରୁ ମୁକ୍ତ ରଖିବା ଦୃଢ଼ କରିବା ଲକ୍ଷ୍ୟରେ କୋରାପୁଟସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ହେଲପ୍ଲାଇନ୍‌(୦୮୦୪୬୮୦୧୦୧୦) ଭରସାକୁ ଲୋକାର୍ପଣ କରାଯାଇଛି। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ୍ନିଶଙ୍କ ଆଜି ଅନ୍ଲାଇନ୍ମାଧ୍ୟମରେ ଏହାକୁ ଉନ୍ମୋଚନ କରି କହିଲେ, ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ନେଇଥିବା ପଦକ୍ଷେପ ସ୍ବାଗତଯୋଗ୍ୟ। ଇଂରାଜୀ ଓଡ଼ିଆ ଭାଷାରେ ହେଲ୍ପଲାଇନ୍ଉପଲବ୍ଧ ହେବ। କୁଳପତି ତାଙ୍କ ଟିମ୍ପକ୍ଷରୁ କରାଯାଇଥିବା ଏହି ଉଦ୍ୟମ ଦ୍ବାରା ଓଡ଼ିଶାର ବହୁ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ। ଭରସାଛାତ୍ରଛାତ୍ରୀଙ୍କ ଭରସା ଜିତିବ ବୋଲି ମୋର ଆଶା ବିଶ୍ବାସ। ଦେଶରେ ଥିବା ସମସ୍ତ ବିଶ୍ବବିଦ୍ୟାଳୟ କଲେଜଗୁଡ଼ିକ ଏଭଳି ବ୍ୟବସ୍ଥା ଲାଗୁ କରିବାକୁ କେନ୍ଦ୍ରମନ୍ତ୍ରୀ ଆହ୍ବାନ ଦେଇଥିଲେ।ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଆସୋସିଏସନ୍ଅଫ୍ହେଲଥ୍ସାଇକୋଲୋଜିଷ୍ଟର ମିଳିତ ସହଯୋଗରେ ହେଲପ୍ଲାଇନ୍ଭରସାପ୍ରସ୍ତୁତ କରାଯାଇଛି। ଏଥିରେ ଏକ ହେଲପ୍ଲାଇନ୍ନମ୍ବର-୦୮୦୪୬୮୦୧୦୧୦ ଦିଆଯାଇଛି। ଓଡ଼ିଶାର ସମସ୍ତ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ଅନ୍ଲାଇନ୍ମାଧ୍ୟମରେ ସେମାନଙ୍କ ମାନସିକ ସ୍ଥିତିକୁ ସୁଦୃଢ଼ କରିବା ଆତ୍ମବିଶ୍ୱାସକୁ ଦୃଢ଼ କରିବା ପାଇଁ ପରାମର୍ଶ ଦିଆଯିବ। ମନସ୍ତତ୍ତ୍ୱବିତ୍ମାନେ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପ୍ରଶ୍ନର ଉତ୍ତର ଦେବା ସହିତ ମାନସିକ ସ୍ତରରେ ସ୍ଥିରତା ଆଣିବା ଦିଗରେ ଆବଶ୍ୟକ ପରାମର୍ଶ ଦେବେ।

12/05/2020

Leave a Reply

Your email address will not be published. Required fields are marked *

Comments