Bikash Khabar
ସୋମବାର ଠାରୁ ଖୋଲିବ ଭିତରକନିକା ଅଭୟାରଣ୍ୟ

ଭିତରକନିକା ବୁଲିବା ପାଇଁ ଇଚ୍ଛୁକ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର ଆସନ୍ତା ୧୯ ତାରିଖରୁ ଖୋଲିବ ଜାତୀୟ ପ୍ରାଣୀ ଉଦ୍ୟାନ ଦର୍ଶକ ପୁଣି ଥରେ ଭିତରକନିକାର ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ ତେବେ କୋଭିଡ୍ କଟକଣାକୁ କଡ଼ାକଡ଼ି ପାଳନ କରିବାକୁ ପଡ଼ିବ ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହୋଇଛି ଏସଓପି ପ୍ରାଣୀ ଉଦ୍ୟାନ କର୍ମଚାରୀ ପର୍ଯ୍ୟଟକ ଏସଓପି ପାଳନ କରିବା ବାଧ୍ୟତାମୂଳକ ଏସଓପି ଅନୁସାରେ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ଭିତରେ କଣ କରିବେ, କଣ କରିବେ ନାହିଁ ସମ୍ପର୍କିତ ସୂଚନା ଫଳକ ପ୍ରବେଶ ପଥ ଅନ୍ୟାନ୍ୟ ସ୍ଥାନରେ ଲଗାଇବେ ମାସ୍କ ନଥିଲେ ପ୍ରବେଶ ଅନୁମତି ମିଳିବ ନାହିଁ ସାମାଜିକ ଦୂରତାକୁ କଡ଼ାକଡ଼ି କରାଯିବ ପ୍ରବେଶ ପଥ ବୁକିଂ କାଉଣ୍ଟରରେ ଧାଡ଼ି ବାନ୍ଧି ସମସ୍ତେ ଯିବେ ସାମାଜିକ ଦୂରତା ପାଳନ କରିବେ, ଦୈନିକ ଭିତରକନିକା ଭିତରକୁ ଯାଇପାରିବେ ପାଞ୍ଚ ଶହ ପର୍ଯ୍ୟଟକ,ଥଣ୍ଡା, ଜ୍ୱର, କାଶ ଭଳି କୋଭିଡ୍ ଲକ୍ଷଣ ଥିଲେ ପ୍ରବେଶ ଅନୁମତି ମିଳିବ ନାହିଁ ବୋଲି ସୂଚନା ଦିଆଯାଇଛି 

17/10/2020

Leave a Reply

Your email address will not be published. Required fields are marked *

Comments