Bikash Khabar
ଭୁବନେଶ୍ୱର ବିମାନ ବନ୍ଦର,ଏଣିକି ଅନଲାଇନରେ ପାଇହେବ ହଜି ଥିବା ଦ୍ରବ୍ୟର ସୂଚନା

ବିମାନଯାତ୍ରୀଙ୍କ ପାଇଁ ଖୁସି ଖବର ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଏଣିକି ଲଷ୍ଟ ଆଣ୍ଡ ଫାଉଣ୍ଡ ସେବା ଅନଲାଇନ ଉବଲବ୍ଧ ହୋଇଛି ଭୁବନେଶ୍ୱର ବିମାନବନ୍ଦରରେ ଯାତ୍ରୀଙ୍କର ହଜିଯାଇଥିବା ସାମଗ୍ରୀ ଏବେ ଲିଙ୍କରେ ଦେଖି ହେବ ବିମାନବନ୍ଦରରେ ଯାତ୍ରୀଙ୍କ ଯେଉଁ ସବୁ ସାମଗ୍ରୀ ହଜିଯାଇଥାଏ ଏବଂ ଏହାର ଯଦି କୌଣସି ଦାବିଦାର ନଥାନ୍ତି ସେହି ସବୁ ସାମଗ୍ରୀକୁ ଲଷ୍ଟ ଆଣ୍ଡ ଫାଉଣ୍ଡ୍ ସେବା ଦ୍ୱାରା ୱେବସାଇଟରେ ଅପଲୋଡ୍ କରାଯିବ ଯାହା ଫଳରେ ଯଦି କୌଣସି ଯାତ୍ରୀଙ୍କ ସାମଗ୍ରୀ ହଜିଯାଇଛି ଏହି ୱେବସାଇଟ୍ କୁ  ଯାଇ ସେ ସଂପର୍କରେ ତଥ୍ୟ ଜାଣି ପାରିବେ ନିଜ ଜିନିଷ ସଂପର୍କରେ ନିଶ୍ଚିତ ହେବା ପରେ ସୋମବାରରୁ ଶୁକ୍ରବାର ସକାଳ ସାଢ଼େ ୯ଟାରୁ ସନ୍ଧ୍ୟା ସେଢ଼ ୫ଟା ଭିତରେ ଆସି ସେହି ସାମଗ୍ରୀ ଉପଯୁକ୍ତ ପ୍ରମାଣ ଦେଇ ନେଇହେବ  ପୂର୍ବରୁ ଏହି ସେବା ଅନ୍ୟାନ ବିମାନବଦର ଗୁଡିକରେ ଉପଲବ୍ଧ ରହିଥିବା ବେଳେ ଭୁବନେଶ୍ୱର ବିମାନବଦର ଏବେ ଯାତ୍ରୀ ମାନଙ୍କୁ ଆଉ ଟିକିଏ ଗୁଣାତ୍ମକ ସେବା ଯୋଗାଇଦେବା ପାଇଁ ଏଭଳି ଅନଲାଇନ ପ୍ଲାଟଫର୍ମ ଆରମ୍ଭ କରିଛି

06/08/2019

Leave a Reply

Your email address will not be published. Required fields are marked *

Comments