Bikash Khabar
ଭୁବନେଶ୍ୱର ହେବ ଗାର୍ବେଜ୍‌ ଫ୍ରି ସିଟି

 ଭୁବନେଶ୍ୱର ଆଗାମୀଦିନରେ ଆଉ ଡଷ୍ଟବିନ୍ଦେଖିବାକୁ ମିଳିବ ନାହିଁ। ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମ୍ସିସି), ମ୍ୟାଟେରିଆଲ ରିକୋଭରି ଫ୍ୟାସିଲିଟି ସେଣ୍ଟର (ଏମ୍ଆରଏଫ) ପ୍ୟାରୋଲାଇସିସ୍ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବା ପରେ ସହରରେ ଆଉ ଡଷ୍ଟବିନ୍ ବ୍ୟବହାର ହେବନାହିଁ। ସଫେଇ କର୍ମଚାରୀ ବ୍ୟାଟେରି ଚାଳିତ ଯାନରେ ଘରକୁଘର ବୁଲି ଅଳିଆ ସଂଗ୍ରହ କରିବା ସହ ସେଗୁଡ଼ିକୁ ପୃଥକ୍ଭାବେ ଏମ୍ସିସି ଏମ୍ଆରଏଫ୍କୁ ଆଣିବେ, ସେଠାରେ ସେଗୁଡ଼ିକୁ କମ୍ପୋଷ୍ଟିଂ କରାଯିବ। ଏହା ଥରେ ମାତ୍ର କାର୍ଯ୍ୟକାରୀ ହେବା ପରେ ଭୁବନେଶ୍ୱରକୁ ଗାର୍ବେଜ୍ଫ୍ରି ସିଟି ଭାବେ ଘୋଷଣା କରାଯିବ। ଯେଉଁଥିରେ କି ଡଷ୍ଟବିନ୍ଦେଖିବାକୁ ମିଳିବ ନାହିଁ ବୋଲି ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି। ବର୍ଜ୍ୟ ପରିଚାଳନାରେ ଭୁବନେଶ୍ୱର ସହର ବହୁ ଅତ୍ୟାଧୁନିକ ପ୍ରଣାଳୀ ଆପଣାଇବାକୁ ଯାଉଛି। ଯେଉଁଥିରେ ଏମ୍ସିସି, ଏମ୍ଆରଏଫ୍ ପ୍ୟାରୋଲାଇସିସ୍ପ୍ଲାଣ୍ଟ ପ୍ରମୁଖ ଭୂମିକା ନିର୍ବାହ କରିବ। ଏହି ମର୍ମରେ ମଙ୍ଗଳବାର ବିଏମ୍ସି ପକ୍ଷରୁ ଦୁଇଟି ଏମ୍ସିସିର ଉଦ୍ଘାଟନ କରାଯିବା ସହ ଲୋକଙ୍କୁ ଓଦା ଶୁଖିଲା ବର୍ଜ୍ୟ ପୃଥକ୍ଭାବେ ରଖିବାକୁ ସଚେତନ କରାଯାଇଛି। ଆଗାମୀ ଦିନରେ ଭୁବନେଶ୍ୱର ଡଷ୍ଟବିନ୍ମୁକ୍ତ ହେଲେ ସ୍ମାର୍ଟସିଟି ଭାବେ ଜଡ଼ିତ ଥିବା ବିଭିନ୍ନ ସର୍ବେକ୍ଷଣରେ ଶୀର୍ଷ ସ୍ଥାନ ଅଧିକାର କରିବ। ଗାର୍ବେଜ୍ଫ୍ରି ସିଟି ଭାବେ ଭୁବନେଶ୍ୱରକୁ ସ୍ବତନ୍ତ୍ର ଭାବେ ଷ୍ଟାର ରେଟିଙ୍ଗ ଦିଆଯିବ। ଯାହାକି ନିଜ ପାଇଁ ଏକ ବଡ଼ ଉପଲବ୍ଧି ହେବ ବୋଲି କମିଶନର ଚୌଧାରୀ କହିଛନ୍ତି।

ବିଏମ୍ସି ପରିମଳ ଦାୟିତ୍ୱରେ ଥିବା ଡେପୁଟି କମିଶନର ଶୁଭେନ୍ଦୁ ସାହୁ କହିଛନ୍ତି, ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଡଷ୍ଟବିନ ରଖାଯାଇଥିବା ବେଳେ ସେଗୁଡ଼ିକର ସ୍ଥିତି ଖରାପ ଥିବା ଅଭିଯୋଗ ହେଉଛି। ରକ୍ଷଣାବେକ୍ଷଣ ପୁନରୁଦ୍ଧାର କରିବା ଦାୟିତ୍ୱ ଠିକା ସଂସ୍ଥାଗୁଡିକର ହୋଇଥିବାବେଳେ ସେମାନଙ୍କୁ ଫାଇନ୍ମଧ୍ୟ କରାଯାଉଛି। ହେଲେ ନେଇ କିଛି ପରିବର୍ତ୍ତନ ଆସିପାରୁନାହିଁ। ତେଣୁ ବିଏମ୍ସି ଦ୍ୱାରା ସେଗୁଡିକୁ ସମ୍ପୂର୍ଣ୍ଣ ଭାବେ ହଟାଇ ଦେବାକୁ ସ୍ଥିର କରାଯାଇଛି। ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଆଲୋଚନା ସରିଥିବା ବେଳେ ଏମ୍ସିସିର ନିର୍ମାଣ କାର୍ଯ୍ୟ ସରିବା ପରେ ତୁରନ୍ତ ଘରକୁ ଘର ଅଳିଆ ସଂଗ୍ରହ କାର୍ଯ୍ୟ ଆରମ୍ଭ କରାଯିବ। ଏହା ପରେ ଭୁବନେଶ୍ୱରରେ ଥିବା ଡଷ୍ଟବିନ୍ଗୁଡ଼ିକୁ ହଟାଇ ଦିଆଯିବ ବୋଲି ସେ କହିଛନ୍ତି  ଉଲ୍ଲେଖଯୋଗ୍ୟ, କିଛିଦିନ ତଳେ ବିଏମ୍ସି ଦ୍ୱାରା ଭୁବନେଶ୍ୱରକୁ ଖୋଲା ମଳମୁକ୍ତ ସହର (ଓଡିଏଫ++) ଭାବେ ଆତ୍ମଘୋଷଣା କରାଯାଇଥିଲା। ଉକ୍ତ ସମୟରେ ଗୃହ ନଗର ଉନ୍ନୟନ ବିଭାଗ ଦ୍ୱାରା ରାଜ୍ୟର ବିଭିନ୍ନ ମହାନଗର ନିଗମକୁ ଗାର୍ବେଜ୍ଫ୍ରି ସିଟିକରିବାକୁ ଆଲୋଚନା କରାଯାଇଥିଲା। ଉକ୍ତ ଆଲୋଚନାକୁ ଦୃଷ୍ଟିରେ ରଖି ବିଏମ୍ସି ଏହି ପଦକ୍ଷେପ ହାତକୁ ନିଆଯାଉଛି। ଭୁବନେଶ୍ୱରକୁ ଦେଶର ନଂ. ସ୍ମାର୍ଟ ସିଟି ସହ ଅନ୍ୟ ବିଷୟ ଯେପରି ସୌନ୍ଦର୍ଯ୍ୟକରଣ, ବର୍ଜ୍ୟର ସୁପରିଚାଳନା ଐତିହ୍ୟ ନଗରୀ ଭାବେ ନଂ. ରେ ରଖିବାକୁ ବିଏମ୍ସି ଏହି ପ୍ରୟାସ କରିଛି। ଏଥିପାଇଁ ଭୁବନେଶ୍ୱର ସମସ୍ତ ନାଗରିକଙ୍କୁ ବିଏମ୍ସି ସହଯୋଗ ମାଗିଛି।

12/02/2020

Leave a Reply

Your email address will not be published. Required fields are marked *

Comments