Bikash Khabar
ଭୁବନେଶ୍ୱରରୁ ସୁରଟକୁ ବିମାନ ସେବା ଆରମ୍ଭ

ଆଜିଠାରୁ ଭୁବନେଶ୍ୱରରୁ ସୁରଟକୁ ସିଧା ବିମାନ ସେବା ଆରମ୍ଭ ହୋଇଛି। ଆଜି ସକାଳ ୮ଟା ୪୦ରେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଏୟାର ଇଣ୍ଡିଆ ବିମାନ ୧୮୦ଜଣ ବିମାନ ଯାତ୍ରୀଙ୍କୁ ନେଇ ଯାତ୍ରା ଆରମ୍ଭ କରିଛି। ଏହା ସକାଳ ୧୦ଟା ୪୦ରେ ସୁରତ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବ ବୋଲି ଜଣାଯାଇଛି ଭୁବନେଶ୍ୱରରୁ ସୁରଟକୁ ସିଧା ବିମାନ ସେବା ଆରମ୍ଭ କରାଯିବା ପଛରେ ଭୁବନେଶ୍ୱରର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କର ସବୁଠାରୁ ଅଧିକ ଅବଦାନ ରହିଛି ସୂଚନାଯୋଗ୍ୟ, ଜାନୁଆରି ୨୦ରୁ ଭୁବନେଶ୍ୱରରୁ ସୁରଟକୁ ବିମାନସେବା ଆରମ୍ଭ ହେବ ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଗତ  ନଭେମ୍ବରରେ ଟ୍ଵିଟ କରି ସୂଚନା ଦେଇଛନ୍ତି ଏହି ବିମାନସେବାର ଶୁଭାରମ୍ଭ ସମୟରେ ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ତାଙ୍କୁ ବୁଝାଇବାକୁ ପଡ଼ିଥିଲା ଯେ ଗୁଜୁରାଟର ସୁରଟରେ ପ୍ରାୟ ୮ଲକ୍ଷ ଓଡ଼ିଆ ବସବାସ କରୁଥିବା ହେତୁ ଭୁବନେଶ୍ୱରରୁ ସୁରଟକୁ ସିଧା ବିମାନ ସେବା ଜରୁରୀ ଏଥିଲାଗି ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପ୍ରମୁଖଙ୍କୁ ବି ଧନ୍ୟବାଦ ଜଣାଇଛନ୍ତି   ସୂଚନାଯୋଗ୍ୟ, ସପ୍ତାହକୁ ଦୁଇ ଦିନ ସୁରଟରୁ ଭୁବନେଶ୍ୱରକୁ ସିଧା ବିମାନ ଚଳାଚଳ କରିବ ସୋମବାର ଗୁରୁବାର ଭୁବନେଶ୍ୱରରୁ ସୁରଟକୁ ବିମାନ ଯିବ ସେହିପରି ସୁରଟରୁ ଶୁକ୍ରବାର ରବିବାର ଭୁବନେଶ୍ୱରକୁ ଆସିବ।

20/01/2020

Leave a Reply

Your email address will not be published. Required fields are marked *

Comments