Bikash Khabar
ଲୋକାର୍ପିତ ହେଲା ବିଧି ଓଡିଶା ପୋର୍ଟାଲ

ଆଇନ ସମ୍ବନ୍ଧରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟ ନେଇ ବିଧି ପ୍ରତିଷ୍ଠାନ ପକ୍ଷରୁ ପ୍ରସ୍ତୁତ  ବିଧିଓଡ଼ିଆୱେବସାଇଟ୍ମଙ୍ଗଳବାର  ଇଡକଲ୍ ଅଡିଟୋରିୟମ୍ରେ ଲୋକାର୍ପିତ ହୋଇଯାଇଛି। ଆଇନ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ଆଇନର ସଚେତନତା ପାଇଁ ଅନେକ କାର୍ଯ୍ୟକ୍ରମ କରାଯାଉଛି। ତେବେ ଆଇନକୁ ଠିକ୍ଭାବେ ଓଡ଼ିଆ ଭାଷାରେ ଜାଣିବା ଦିଗରେ ପ୍ରତିବନ୍ଧକ ରହିଥିଲା। ଏହି ୱେବସାଇଟ୍ଯୋଗୁଁ ପ୍ରତ୍ୟେକ ବ୍ୟକ୍ତି ଆଇନ ସଂପର୍କରେ ଜାଣିପାରିବେ। ଓଡ଼ିଆ ଭାଷା, ଜାତି ପାଇଁ ଏହା ଏକ ବଡ଼ ଅବଦାନ ବୋଲି ଶ୍ରୀ ଜେନା କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରଫୁଲ୍ଲ ସାମଲ ରାଜ୍ୟ ଖଦି ଗ୍ରାମୋଦ୍ୟୋଗ ବୋର୍ଡର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟ ଯୋଗଦେଇ ଆଇନ ସମ୍ବନ୍ଧରେ ତୃଣମୂଳସ୍ତରରେ ସୂଚନା ପାଇବା ଦିଗରେ ଏହା ସହାୟକ ହୋଇପାରିବ ବୋଲି ମତ ବ୍ୟକ୍ତ କରିଥିଲେ। ପ୍ରାରମ୍ଭରେ ବିଧି ପ୍ରତିଷ୍ଠାନର ଅଧ୍ୟକ୍ଷ ବିକାଶ ଦାସ କହିଲେ, ଆଞ୍ଚଳିକ ଭାଷାରେ ଆଇନକୁ ଲୋକଙ୍କୁ ସୂଚନା ଦେବା ଏହି ୱେବସାଇଟ୍ ମୁଖ୍ୟ ଉଦ୍ଦେଶ୍ୟ। ଏବେ ସୁଦ୍ଧା ୱେବସାଇଟ୍ରେ ୧୦୦ଟି ଆଇନ, ଆଇନ ସମ୍ବନ୍ଧୀୟ ସ୍ତମ୍ଭ ପ୍ରଶ୍ନୋତ୍ତର ଉଲ୍ଲେଖ ରହିଛି। ଆଗାମୀ ଦିନରେ କୌଣସି ଏକ ଆଇନ ସଂପର୍କରେ ୧୦ ମିନିଟ୍ ଏକ ଭିଡିଓ ବାର୍ତା ମଧ୍ୟ ୱେବସାଇଟ୍ରେ ରଖିବା ପାଇଁ ଯୋଜନା କରାଯାଉଛି। ଆସନ୍ତା ବର୍ଷ ଆହୁରି ୧୦୦ଟି ଆଇନ ସମ୍ବନ୍ଧରେ ସବିଶେଷ ବିବରଣୀ ସ୍ଥାନ ପାଇବ ବୋଲି ଶ୍ରୀ ଦାସ କହିଥିଲେ। ଇଁରାଜୀ ଭାଷାରେ ଆଇନ ଗୁଡିକ ଥିବାରୁ ଏହା ଦୁର୍ବୋଧ୍ୟ ହୋଇଯାଉଥିଲା ଏବେ ଏହି ସମସ୍ୟା ଆଉ ରହିବ ନାହିଁ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ ବିଧି ପ୍ରତିଷ୍ଠାନର ଟ୍ରଷ୍ଟି ଶୁଭଶ୍ରୀ ଦାସ ଓଡ଼ିଆ ଭାଷାରେ ଶାସନ କୁ ବଳିଷ୍ଠ କରିବାପାଇଁ ଜନସହଯୋଗ କାମନା କରିଛନ୍ତି।

 

25/12/2019

Leave a Reply

Your email address will not be published. Required fields are marked *

Comments