Bikash Khabar
ଗାଁ କୁ ଫେରୁଛନ୍ତି ବିରଜୁ,ଅପେକ୍ଷା କରିଛି ଜନ୍ମ ମାଟି

ଦୀର୍ଘ ୨୫ ବର୍ଷର  ପ୍ରତୀକ୍ଷା ରେ  ଅନ୍ତ ଘଟିବାକୁ ଯାଉଛି ଦୀର୍ଘ ୨୦ ବର୍ଷ ପାକିସ୍ତାନ ଜେଲରେ ରହିବା ପରେ ବିରଜୁ ନିଜ ଜନ୍ମମାଟି ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ କଟଙ୍ଗଜଙ୍ଗର ପଡାକୁ ଫେରୁଛନ୍ତି।  ବନ୍ଦୀ ଜୀବନ କାଟିବା ପରେ ଭାରତକୁ ଫେରିଥିବା ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ୍ ଅନ୍ତର୍ଗତ କଟଙ୍ଗଜଙ୍ଗର ପଡାର ବିରଜୁ କୁଲୁଙ୍କୁ ଆଣିବାକୁ ଅମୃତସର ଯାଇଥିଲା ପ୍ରଶାସନ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ କୁତ୍ରା ବ୍ଲକ୍ ମଙ୍ଗଳ ସମ୍ପ୍ରାସରଣ ଅଧିକାରୀ ମଦନ ସିଂହ ଜଣ ଗାଡି ଚାଳକ ଆସିକ୍ ମଲ୍ଲିକ ମହମ୍ମଦ ବାବରଙ୍କ ସହ ବୋଲେରୋ ଯୋଗେ ଅମୃତସର ଅଭିମୁଖେ ଯାଇଥିଲେ। ଦୀର୍ଘ ୫୭ ଘଣ୍ଟା ପରେ ସୋମବାର ବିରଜୁଙ୍କୁ ଭେଟି ଆଜି ତାଙ୍କୁ ନେଇ ଗାଁକୁ ଫେରୁଛନ୍ତି। ବିରଜୁ ପାକିସ୍ତାନରୁ ଆସିବା ପରେ ପଞ୍ଜାବର ଅମୃତସରରେ ଥିବା ଏକ କୋଭିଡ ହସ୍ପିଟାଲରେ ଥିଲେ। କୁତ୍ରାରୁ ଅମୃତସରର ଦୂରତା ପ୍ରାୟ ୧୭୫୦ କିଲୋମିଟର।  ଦୀର୍ଘ ଯାତ୍ରାରେ ଆସୁଥିଵା ବିରଜୁଙ୍କୁ ସାରା ଗାଁ ଉତ୍କଣ୍ଠାର ସହ ଅପେକ୍ଷା କରିଛି।

10/11/2020

Leave a Reply

Your email address will not be published. Required fields are marked *

Comments