Bikash Khabar
ସ୍ୱଚ୍ଛ ସର୍ବେକ୍ଷଣ ରେ ବିଏମସି ବିଫଳ,ରାଜ୍ୟର ୫ ସହର ତଳେ ଭୁବନେଶ୍ୱର

ସ୍ବଚ୍ଛ ସର୍ବେକ୍ଷଣ ସର୍ଭେରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) କ୍ରମାଗତ ଭାବେ ଖରାପ ପ୍ରଦର୍ଶନ କରିବା ପରେ ଆଗକୁ ଭଲ ପ୍ରଦର୍ଶନ ନିମନ୍ତେ ଅଣ୍ଟା ଭିଡ଼ିଲାଣି। ଇତିମଧ୍ୟରେ ଏହି ସର୍ବେକ୍ଷଣର ଦୁଇଟି କ୍ବାର୍ଟର ସରି ଫଳାଫଳ ପ୍ରକାଶ ପାଇଛି। ଯେଉଁଥିରେ ଭୁବନେଶ୍ୱରର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଭୁବନେଶ୍ୱର ପ୍ରଥମ କ୍ୱାର୍ଟରରେ ୩୧୧ ଦ୍ୱିତୀୟ କ୍ୱାର୍ଟରରେ ୧୬୬ ର଼୍ୟାଙ୍କରେ ରହିଛି। ସବୁଠାରୁ ବଡ଼ କଥା ହେଲା, ଓଡ଼ିଶାର ଅନ୍ୟ ସହର ତୁଳନାରେ ପୁଣି ଥରେ ଭୁବନେଶ୍ୱରର ପ୍ରଦର୍ଶନ ଖରାପ ପରିଲକ୍ଷିତ ହୋଇଛି। ପ୍ରଥମ କ୍ୱାର୍ଟରରେ ଓଡ଼ିଶାରୁ ତାଲିକାରେ ସ୍ଥାନ ପାଇଥିବା ସହର ମଧ୍ୟରୁ ବ୍ରହ୍ମପୁର, ରାଉରକେଲା, କଟକ, ସମ୍ବଲପୁର ପରେ ୨୨୫.୧୩ ସ୍କୋର ପାଇ ଭୁବନେଶ୍ୱର ପଞ୍ଚମ ସ୍ଥାନରେ ରହିଛି। ସେହିପରି ଦ୍ୱିତୀୟ କ୍ୱାର୍ଟରରେ ଭଦ୍ରକ, ବ୍ରହ୍ମପୁର ପରେ ୭୭୯.୯୬ ସ୍କୋର ପାଇ ଭୁବନେଶ୍ୱର ରାଜ୍ୟର ତୃତୀୟ ସ୍ଥାନରେ ରହିଛି। ଏହା ତଳକୁ ବାଲେଶ୍ୱର, ପୁରୀ, ରାଉରକେଲା, କଟକ, ସମ୍ବଲପୁର ବାରିପଦା ସହର ରହିଛି। ଉଲ୍ଲେଖଯୋଗ୍ୟ, ୨୦୧୭ରେ ଭୁବନେଶ୍ୱର ୯୪ତମ ସ୍ଥାନରେ ଥିବାବେଳେ ୨୦୧୮ରେ ଏହା ଖସି ୨୧୮ ୨୦୧୯ରେ ୨୮୮ରେ ପହଞ୍ଚିଥିଲା। ସାରା ଦେଶରୁ ହଜାର ୨୩୭ ସହରକୁ ଏହି ସର୍ଭେରେ ସାମିଲ କରାଯାଇଥିବାବେଳେ କ୍ରମାଗତ ଭାବେ ଭୁବନେଶ୍ୱରର ଖରାପ ପ୍ରଦର୍ଶନ ବିଏମ୍ସିର ପାରିବାପଣିଆ ଉପରେ ପ୍ରଶ୍ନ ଉଠାଇଛି। ଗତଥର ଭୁବନେଶ୍ୱରକୁ କମ୍ମାର୍କ ମିଳିଥିବା ଯୋଗୁ ଚଳିତ ଥର ଭଲ ପ୍ରଦର୍ଶନ କରିବା ପାଇଁ ବିଏମସି ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଥିଲା। ଭୁବନେଶ୍ୱରରେ ପରିମଳ ବ୍ୟବସ୍ଥାରେ ବହୁତ ପରିବର୍ତ୍ତନ ଆସିଥିବା କଥା ଅଧିକାରୀମାନେ କହୁଥିଲେ। ମାତ୍ର ମୁକୁଳା ଡ୍ରେନ ସାଙ୍ଗକୁ କୁଢ କୁଢ ଆବର୍ଜନା ଯୋଗୁ ପ୍ରଥମ ଦୁଇଟି କ୍ୱାର୍ଟରର ପ୍ରଦର୍ଶନ ଆଶାଜନକ ହୋଇପାରିନାହିଁ।

06/01/2020

Leave a Reply

Your email address will not be published. Required fields are marked *

Comments