Bikash Khabar
ସାତକୋଶିଆ ଗଣ୍ଡରେ ମିଳିବ ବୋଟିଂ ସୁବିଧା

 ମହାନଦୀର ସାତକୋଶିଆ ଗଣ୍ଡରେ ଏଣିକି ପର୍ଯ୍ୟଟକମାନେ ଅଧିକ ସମୟ ବୋଟିଂ କରିପାରିବେ। ବଡ଼ମୂଳରୁ ଟିକରପଡ଼ା ପର୍ଯ୍ୟନ୍ତ ଲମ୍ବିଥିବା ସାତକୋଶିଆ ଗଣ୍ଡରେ ନିୟମିତ ବୋଟିଂ ହେବ। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏବେ ସାତକୋଶିଆ ଗଣ୍ଡରେ ଟିକରପଡ଼ା ନିକଟରେ ଏବଂ ବଡ଼ମୂଳରେ କିଛି ଅଞ୍ଚଳମଧ୍ୟରେ ବୋଟିଂ କରିବାର ସୁବିଧା ପର୍ଯ୍ୟଟକଙ୍କୁ ମିଳୁଥିଲେ ହେଁ ଆଗକୁ ପୂରା ସାତକୋଶିଆ ଗଣ୍ଡରେ ବୋଟିଂ କରିବାର ସୁବିଧା ଉପଲବ୍ଧ ହେବ। ସାତକୋଶିଆ ଗଣ୍ଡ ମହାନଦୀର ସବୁଠୁ ଅଧିକ ଗଭୀର ଅଞ୍ଚଳ ହୋଇଥିବାବେଳେ ଏଠାରେ କୁମ୍ଭୀର ଯାତାୟତ କରୁଥିବାରୁ କେବଳ ବନ ବିଭାଗର କର୍ମଚାରୀମାନେ ଏଠାରେ ବୋଟିଂ କରୁଥିଲେ। କୌଣସି ପର୍ଯ୍ୟଟକଙ୍କୁ ସାତକୋଶିଆର କୋର୍ଅଞ୍ଚଳକୁ ବୋଟିଂ ପାଇଁ ଛଡ଼ା ହେଉନଥିଲା। କିନ୍ତୁ ଏବେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଏହି ନିଷ୍ପତ୍ତି ହୋଇଛି। ଏଥିପାଇଁ ପର୍ଯ୍ୟଟକଙ୍କ ସମସ୍ତ ସୁରକ୍ଷା ବ୍ୟବସ୍ଥା ସହ ବଡ଼ ବୋଟ୍ ବ୍ୟବସ୍ଥା ହେବ। ଯାତ୍ରୀ ଯାତାୟତ କରିବାକୁ ଥିବା ବୋଟ୍ଯେପରି କୌଣସି ପ୍ରତିକୂଳ ପରିସ୍ଥିତିରେ ବି ବୁଡ଼ିବନି ସେ ନେଇ ନିଶ୍ଚିତ କରିବାକୁ ଜଙ୍ଗଲ ପରିବେଶ ବିଭାଗକୁ କୁହାଯାଇଛି। ଏହାସହ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଅଞ୍ଚଳରେ ଚୁଟକେଇରୁ ତୁଲକା ଜଳପ୍ରପାତ ମଧ୍ୟରେ ବି ଜଙ୍ଗଲ ସଫାରି କରିବାକୁ ନିଷ୍ପତ୍ତି ହୋଇଛି।

17/12/2019

Leave a Reply

Your email address will not be published. Required fields are marked *

Comments