Bikash Khabar
ଅକ୍ସଫୋର୍ଡ ୟୁନିର୍ଭସିଟିରେ ପାଠ ପଢ଼ିବେ ବଲାଙ୍ଗୀର ବଙ୍ଗୋମୁଣ୍ଡାର ଝିଅ

 ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡାର ଝିଅ ଶୀତଲ ଜୈନ ଲଣ୍ଡନର ଜଣାଶୁଣା ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟରେ ଇତିହାସରେ ପି.ଏଚ.ଡି ପାଇଁ ମନୋନୀତ ହୋଇଛନ୍ତି ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟରେ ପି.ଏଚ.ଡି. କରିବା ପାଇଁ ବିଶ୍ୱରୁ ଅନେକ ପ୍ରାର୍ଥୀ ଆବେଦନ କରିଥାଆନ୍ତି , କିନ୍ତୁ ଏଠାରେ ମାତ୍ର ୫୪ଟି ସିଟ୍ ରହିଛି ସେହି ସିଟ୍ମଧ୍ୟରୁ ଭାରତ ପାଇଁ ମାତ୍ର ଗୋଟିଏ ରହିଛି ୧୪୦ କୋଟି ଜନସଂଖ୍ୟାରୁ ବଙ୍ଗୋମୁଣ୍ଡାର ଜୟ ପ୍ରକାଶ ଜୈନ ଏବଂ କାନ୍ତାଦେବୀ ଜୈନଙ୍କ ଝିଅ ଶୀତଲଙ୍କୁ ପଢିବାକୁ ମିଲିଛି ସୌଭାଗ୍ୟ ଶୀତଲ ଛୋଟ ବେଳୁ ଥିଲେ ଶିକ୍ଷାନୁରାଗୀ ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟରେ ଡିଫିଲ କାର୍ଯ୍ୟକ୍ରମରେ ପି.ଏଚ.ଡି. କରିବା ଆଶା ରଖି ଶୀତଲ ୨୦୧୯ ସେପ୍ଟେମ୍ବର ମାସରୁ ଆବେଦନ କରିଥିଲେ ୨୦୨୦ ଅଗଷ୍ଟରେ ଫଳାଫଳ ବାହାରିଛି ଶୀତଳ ଇଂଲଣ୍ଡର ଜଣାଶୁଣା ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟରେ ଇତିହାସରେ ପି.ଏଚ.ଡି ପାଇଁ ମନୋନୀତ ହୋଇଥିବା ଖବର ଆସିବା ପରେ ପରିବାରରେ ଖୁସିର ଲହରୀ ଖେଳିଯାଇଛି

 

28/08/2020

Leave a Reply

Your email address will not be published. Required fields are marked *

Comments