Bikash Khabar
ବିଏସଏଫ ର ଲାଲଗ଼ଡ଼ ବିଜୟ

ମାଲକାନଗିରି ଜିଲ୍ଲାର ଲାଲଗଡ଼ କୁହାଯାଉଥିବା ଚିତ୍ରକୋଣ୍ଡା ବ୍ଲକ୍ ସ୍ବାଭିମାନ ଅଞ୍ଚଳ ଏବେ ବିଏସ୍ଏଫ୍ ହାତରେ। ଧୀରେ ଧୀରେ ସମ୍ପୂର୍ଣ୍ଣ ଲାଲଗଡ଼କୁ ନିଜ କବ୍ଜାକୁ ନେବାକୁ ବିଏସ୍ଏଫ୍ନିଜକୁ ପ୍ରସ୍ତୁତ କରିସାରିଲାଣି। ପ୍ରଥମେ ଯନ୍ତାପାଇ, ପରେ ହନ୍ତାଳଗୁଡ଼ା, ତାପରେ ଦାର୍ଲାବେଡ଼ା ଏବେ ଗୋରାସେତୁକୁ ବିଏସ୍ଏଫ୍ନିଜ କବ୍ଜାକୁ ନେଇଛି। ଯାହା ନକ୍ସଲଙ୍କ ପାଇଁ ଏବେ ଚିନ୍ତାର କାରଣ ପାଲଟିଛି। ଆଗକୁ ପଣସପୁଟ ଯନ୍ତ୍ରୀ ଭଳି ନକ୍ସଲ ପ୍ରବଣ ଅଞ୍ଚଳକୁ ବିଏସ୍ଏଫ୍କବ୍ଜାକୁ ନେବା ପରେ ଏହି ଅଞ୍ଚଳ ସମ୍ପୂର୍ଣ୍ଣ ମାଓମୁକ୍ତ ହେବ।ଲାଲଗଡ଼ରେ ସବୁବେଳେ ନକ୍ସଲ କଳା ପତାକା ଉଡ଼ାଉଥିଲେ। ଏଠାରେ ନା ପ୍ରଶାସନ ନା ପୁଲିସ କାହାର ବି ଶାସନ ଚାଲି ପାରୁନଥିଲା। କେବଳ ନକ୍ସଲଙ୍କ ନିୟମ କାନୁନ ହିଁ ଚାଲି ଆସୁଥିଲା ଅଞ୍ଚଳରେ। ଏବେ ବିଏସ୍ଏଫ୍ଏହି ଅଞ୍ଚଳକୁ ନିଜ କବ୍ଜାକୁ ନେବା ପରେ ପ୍ରଥମ ଥର ଏଠାରେ ତ୍ରିରଙ୍ଗା ଉଡ଼ିଛି। ବିଏସ୍ଏଫ୍ଯବାନ ଏଠାରେ କ୍ୟାମ୍ପ କରିଛନ୍ତି। ତ୍ରିରଙ୍ଗା ଉଡ଼ାଇ ଏଠାରେ ଜାତୀୟ ସଂଗୀତ ଗାନ କରିଥିଲେ ଯବାନ। ଭାରତମାତା କି ଜୟ ଧ୍ବନିରେ ନକ୍ସଲ ପ୍ରବଣ ଅଞ୍ଚଳ କମ୍ପି ଉଠିଥିଲା। ବିଏସ୍ଏଫ୍ ଅଧିକାରୀମାନେ ଅଞ୍ଚଳ ବୁଲି ଦେଖିବା ସହ ଏହାର ତଦାରଖ କରିଥିଲେ। ଆଗକୁ ଗୋରାସେତୁ ଅଞ୍ଚଳକୁ ସମ୍ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରାଯିବ ବୋଲି ସେମାନେ କହିଛନ୍ତି। ଏଠାରେ କିଛି ଦିନ ତଳେ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ନକ୍ସଲ ସିରିଜ ବୋମା ଖଞ୍ଜିଥିବା ବେଳେ ବିଏସ୍ଏଫ୍ଏହାକୁ ଜବତ କରି ନିଷ୍କ୍ରିୟ କରିଥିଲା। ଅଞ୍ଚଳର ଶତାଧିକ ଲୋକ ଅତୀତରେ ନକ୍ସଲ ଦ୍ବାରା ବିସ୍ଥାପିତ ହୋଇଛନ୍ତି। ସେମାନେ ଏବେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅତି ଦୟନୀୟ ଭାବେ ଦିନ କାଟୁଛନ୍ତି। ସୁରକ୍ଷାକର୍ମୀ ଅଞ୍ଚଳକୁ କବ୍ଜା କରିବା ପରେ ନକ୍ସଲ ପଛଘୁଞ୍ଚା ଦେବେ ଲୋକେ ପୁଣି ଭିଟାମାଟିକୁ ଫେରିବାର ସମ୍ଭାବନା ଉଜ୍ଜ୍ବଳ ହୋଇଛି।

02/11/2020

Leave a Reply

Your email address will not be published. Required fields are marked *

Comments