Bikash Khabar
ବିଏସଏଫ୍ ଯବାନ ପାଇଲେ ଆଇଏଏସ

ନିଷ୍ଠା,ଉଦ୍ୟମ ଏକାଗ୍ରତା କେବେ ବିଫଳ ହୁଏନାହିଁ।ଏହା ପ୍ରମାଣିତ କରି ଦେଖାଇଛନ୍ତି ଜଣେ ବିଏସଏଫ ଯବାନ।  ବିଏସଏଫ୍ ଯବାନରୁ ଆଇଏଏସ୍ ଵନିବାର ଯାତ୍ରା ଏତେ ସହଜ ନୁହଁ କିନ୍ତୁ  ହରପ୍ରୀତ୍ ସିଂ ଏହି ସଂଘର୍ଷ ପୂର୍ଣ୍ଣ ଯାତ୍ରାକୁ ସୁଗମ କରାଇଛନ୍ତି ଥର ବିଫଳ ହେବାପରେ ମଧ୍ୟ ଥକି ଯାଇ  ୫ମ ଥର ପାଇଁ ସିଭିଲ୍ ସର୍ଭିସ୍ ପରୀକ୍ଷା ଦେଇ ସେ ଏହି ସଫଳତା ପାଇଛନ୍ତି  ପଞ୍ଜାବ ଲୁଧିଆନାର ବାସିନ୍ଦା  ହରପ୍ରୀତ  ଇଲେକ୍ଟ୍ରୋନିକ୍ସରେ ଇଂଜିନିୟରିଂ କରି ବିଏସଏଫ ରେ ଯୋଗ ଦେଇଥିଲେ ଦିନକୁ ଦିନକୁ ଅଧିକରୁ ଅଧିକ ପରିଶ୍ରମ କରି  ସିଭିଲ ସର୍ଭିସ ପରୀକ୍ଷାରେ ବାଜିମାତ କରିଛନ୍ତି ନିଜର ୫ମ ପ୍ରୟାସରେ ସେ ଶ୍ରେଷ୍ଠ ୨୦ ତମ ସ୍ଥାନ ହାସଲ କରିଛନ୍ତି ଏନେଇ ହରପ୍ରୀତ ସିଂହ କୁହନ୍ତି ଯେ, ୨୦୧୬ ମସିହାରେ ତାଙ୍କର ବିଏସଏଫରେ ଚୟନ ହୋଇଥିଲା କିନ୍ତୁ ତା'ପର ବର୍ଷ ସେ ଚାକିରି ଛାଡି ଆଇଏଏସ ପାଇବାର ସ୍ୱପ୍ନ ଦେଖିଥିଲେ ଯେତେବେଳେ ସେ ବିଏସଏଫରେ ଯୋଗ ଦେଇଥିଲେ ତାଙ୍କୁ ଭାରତ-ବାଂଲାଦେଶ ସୀମାରେ ମୁତୟନ କରାଯାଇଥିଲା ପରେ ଚାକିରି କରିବା ସମୟରେ ବ୍ୟସ୍ତ ରହୁଥିଲେ ବି ପ୍ରତିଦିନ ସମୟ ବାହାର କରି ପାଠ ପଢୁଥିଲେ ହରପ୍ରୀତ। ତେବେ ସେ ଡେରାଡୁନ ମଶୁରି  ସ୍ଥିତ ଲାଲ ବାହାଦୂର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀରେ ତାଲିମ ବର୍ତ୍ତମାନ ତାଲିମ ନେବେ ଏବଂ ଏହାପରେ ଦାୟିତ୍ୱ  ଗ୍ରହଣ କରିବେ

19/07/2019

Leave a Reply

Your email address will not be published. Required fields are marked *

Comments