Bikash Khabar
ବିଏସଏନଏଲ ର ଅବସ୍ଥା ଖରାପ,ଲକ୍ଷାଧିକ କର୍ମଚାରୀଙ୍କୁ ଜୁନ ମାସରେ ଦରମା ଚିନ୍ତାରେ କମ୍ପାନୀ

ସରକାରୀ ଦୂର ସଂଚାର  କମ୍ପାନୀ ବିଏସ୍ଏନ୍ଏଲ କ୍ଷତି ବଢିବାରେ ଲାଗିଛି ଏଥିପାଇଁ କମ୍ପାନୀ ପକ୍ଷରୁ ସରକାରଙ୍କୁ ନିକଟକୁ ଏକ ଜରୁରୀ ପତ୍ର ପଠାଯାଇଛି ଏଥିରେ କମ୍ପାନୀର କାମ ସ୍ୱଭାବିକ ଭାବେ ଚଳାଇବା ପାଇଁ ଅକ୍ଷମତା ପ୍ରକାଶ କରାଯାଇଛି ଏପରି କି କର୍ମଚାରୀଙ୍କୁ ଦରମା ଦେବା ପାଇଁ ଟଙ୍କା ନଥିବା କଥା ଦର୍ଶାଯାଇଛି କ୍ଷତି ଅର୍ଥର ଅଭାବ ଯୋଗୁଁ  କମ୍ପାନୀ ତାର .  ଲକ୍ଷ କର୍ମଚାରୀଙ୍କୁ ଜୁନ  ମାସରେ ପ୍ରାୟ ୮୫୦ କୋଟି ଟଙ୍କା ଦରମା କେଉଁଠୁ ଆଣି ଦେବ ସେ ଚିନ୍ତାରେ ଘାରିହେଉଛି କମ୍ପାନୀ ଉପରେ ଏବେ ବି ୧୩ ହଜାର କୋଟି ଟଙ୍କା ବାକି ରହିଛି ଏଥିପାଇଁ ବିଏସ୍ଏନ୍ଏଲ୍ କାମ ସ୍ୱଭାବିକ ଭାବେ ଚଳାଇବା ସମ୍ଭବ ହେଉନାହିଁ   ବିଏସ୍ଏନ୍ଏଲ୍ କର୍ପୋରେଟ୍ବଜେଟ୍ଏବଂ ବ୍ୟାକିଂ ଡିଭିଜନ୍ ବରିଷ୍ଠ ପ୍ରବନ୍ଧକ ପୁରନ ଚନ୍ଦ୍ର ଏଥିପାଇଁ ଟେଲିକମ୍ମନ୍ତ୍ରାଳୟର ଯୁଗ୍ମ ସଚିବଙ୍କୁ ପତ୍ର ଲେଖିଛନ୍ତି   ପ୍ରତିମାସରେ ରାଜସ୍ୱ   ବ୍ୟୟରେ ଦୂରତା ବୃଦ୍ଧି ପାଉଥିବାରୁ ବିଏସ୍ଏନ୍ଏଲ୍କୁ ଚଳାଇବା ପାଇଁ ଅସୁବିଧା ହେଉଛି ଏବେ ବିଏସ୍ଏନ୍ଏଲ୍ରେ . ଲକ୍ଷ କର୍ମଚାରୀ ରହିଛନ୍ତି କମ୍ପାନୀଙ୍କୁ ଆର୍ଥିକ ସଙ୍କଟରୁ  ଉଦ୍ଧାର କରିବା ପାଇଁ ସରକାରଙ୍କୁ ହସ୍ତକ୍ଷେପ କରିବା ପାଇଁ କମ୍ପାନୀ ପକ୍ଷରୁ ଅନୁରୋଧ କରାଯାଇଛି।

28/06/2019

Leave a Reply

Your email address will not be published. Required fields are marked *

Comments