Bikash Khabar
ଆଗାମୀ ବର୍ଷ ଶେଷ ସୁଦ୍ଧା ଶୂନ୍ୟ ଏଚ୍‌ଆଇଭି ସଂକ୍ରମଣ ଶିଶୁ ପ୍ରସବ ଲକ୍ଷ୍ୟ

 ୨୦୨୦ ସୁଦ୍ଧା ରାଜ୍ୟରେ ଶୂନ୍ୟ ଏଚ୍ଆଇଭି ସଂକ୍ରମଣ ଶିଶୁ ପ୍ରସବ ଲକ୍ଷ୍ୟ ରଖିଛି ରାଜ୍ୟ ଏଡ୍ ନିୟନ୍ତ୍ରଣ ସମିତି ଏଥିପାଇଁ ରାଜ୍ୟରେ ଥିବା ୩୮ଟି ଏସ୍ଏନ୍ସିୟୁ ୪୫ଟି ଏନ୍ଆରସିରେ ଅକ୍ଟୋବର ମାସ ସୁଦ୍ଧା ଏଚ୍ଆଇଭି ସ୍କ୍ରିନିଂ କାର୍ଯ୍ୟକାରୀ କରାଯିବ ଏହି କେନ୍ଦ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ୟୁନିସେଫ ସହାୟତାରେ ତାଲିମ ପ୍ରଦାନ କରାଯିବ। ଏହାସହ ରାଜ୍ୟରେ ଥିବା ସମସ୍ତ ଭିଏଚ୍ଏନ୍ଡି/ୟୁଏଚ୍ଏନ୍ଡିରେ ଏଚ୍ଆଇଭି/ସିଫିଲିସ୍ ସ୍କ୍ରିନିଂକୁ ଅଧିକ ସକ୍ରିୟ କରିବା ପାଇଁ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ଜିଲ୍ଲାସ୍ତରରେ ପରୀକ୍ଷା କିଟ୍ ରକ୍ଷଣାବେକ୍ଷଣ ପାଇଁ ରେଫ୍ରିଜିରେଟରର ବ୍ୟବସ୍ଥା କରାଯିବ। ଏଚ୍ଆଇଭି ସ୍କ୍ରିନିଂକୁ ଅଧିକ ତ୍ବରାନ୍ବିତ କରିବା ପାଇଁ ଦୁର୍ଗମ ଅଞ୍ଚଳର ବିଭିନ୍ନ ବେସରକାରୀ ହସ୍ପିଟାଲରେ ପହଞ୍ଚାଇବାର ମଧ୍ୟ ବ୍ୟବସ୍ଥା କରାଯିବା ଉପରେ ଗୁରୁତ୍ବ ଦିଆଯାଇଛି। ଓଡିଶା ଏଡ୍ସ କଣ୍ଟ୍ରୋଲ ବୋର୍ଡ ଅଷ୍ଟମ ଯୁଗ୍ମ ବୈଠକ ନିକଟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସ୍ବାସ୍ଥ୍ୟ ସଚିବ ଡା. ପ୍ରମୋଦ ମେହେର୍ଦା ଅଧ୍ୟକ୍ଷତା କରିବା ସହିତ ୨୦୨୦ ସୁଦ୍ଧା ଶୂନ୍ୟ ଏଚ୍ଆଇଭି ସଂକ୍ରମିତ ଶିଶୁ ପ୍ରସବର ଲକ୍ଷ୍ୟ ହାସଲ ପାଇଁ ତ୍ବରିତ ପଦକ୍ଷେପ ଗ୍ରହଣ କରିବା ଉପରେ ଗୁରୁତ୍ବାରୋପ କରିଥିଲେ। ରାଜ୍ୟରେ ଚାଲୁଥିବା ମାଠାରୁ ଶିଶୁକୁ ଏଚ୍ଆଇଭି ସଂକ୍ରମଣ ବା ପିପିଟିସିଟି କାର୍ଯ୍ୟକ୍ରମ ଦ୍ବାରା ଗତ ୩ବର୍ଷରେ ଏଚ୍ଆଇଭି ସ୍କ୍ରିନିଂ ୪୦ ପ୍ରତିଶତରୁ ୯୨ ପ୍ରତିଶତକୁ ବୃଦ୍ଧି ହୋଇଛି। ତେଣୁ ଶୂନ୍ୟ ଏଚ୍ଆଇଭି ସଂକ୍ରମଣ ଶିଶୁ ପ୍ରସବ ପାଇଁ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା ପାଇଁ ଡା. ମେହେର୍ଦା ପରାମର୍ଶ ଦେଇଥିଲେ।

17/08/2019

Leave a Reply

Your email address will not be published. Required fields are marked *

Comments