Bikash Khabar
ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ରୁ କର୍କଟ ରୋଗୀଙ୍କୁ ଉପଶମ ଚିକିତ୍ସା

ଆସନ୍ତାଅକ୍ଟୋବର   ଗାନ୍ଧୀ ଜୟନ୍ତୀରୁ କର୍କଟ ରୋଗୀମାନଙ୍କୁ ଜିଲ୍ଲାସ୍ତରରେ ଉପଶମ ଚିକିତ୍ସା ଯୋଗାଇ ଦିଆଯିବ। ପ୍ରଥମ ପର୍ଯ୍ୟାୟରେ କ୍ୟାପିଟାଲ ହସ୍ପିଟାଲ ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ସେବା ଆରମ୍ଭ ହେବ। କେମୋ ଗ୍ରହଣ କରୁଥିବା କର୍କଟ ରୋଗୀମାନଙ୍କୁ ଯନ୍ତ୍ରଣାରୁ ଉପଶମ ଲାଗି ରାଜ୍ୟ ସରକାର ଏହି ସୁବିଧା ଯୋଗାଇ ଦେବେ। ଏହି ରୋଗୀମାନଙ୍କ ପାଇଁ ଜିଲ୍ଲାସ୍ତରୀୟ ଚିକିତ୍ସାଳୟରେ ସ୍ବତନ୍ତ୍ର ଶଯ୍ୟା ସହିତ ଆବଶ୍ୟକ ଔଷଧ ଯୋଗାଇ ଦିଆଯିବ। ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ପ୍ରଥମ ପର୍ଯ୍ୟାୟରେ କ୍ୟାପିଟାଲ ହସ୍ପିଟାଲ ସହିତ ବାଲେଶ୍ବର, ବରଗଡ଼, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ନୟାଗଡ଼ ସୁନ୍ଦରଗଡ଼ରେ ଏହି ଚିକିତ୍ସା ଆରମ୍ଭ ହେବ। ୨୦୨୦/୨୧ସୁଦ୍ଧା ରାଜ୍ୟର ସମସ୍ତ ଜିଲ୍ଲାକୁ ଏହା ସଂପ୍ରସାରିତ କରାଯିବାକୁ ଯୋଜନା ରହିଛି। ଏବେ କ୍ୟାପିଟାଲ ହସ୍ପିଟାଲ ସମେତ ୨୬ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କର୍କଟ ରୋଗୀଙ୍କୁ କେମୋ ଚିକିତ୍ସା ଯୋଗାଇ ଦିଆଯାଉଛି। ଖୁବଶୀଘ୍ର କଟକ ସିଟି ହସ୍ପିଟାଲ, ପୁରୀ, ମାଲକାନାଗିରି, ମୟୂରଭଞ୍ଜ, ଦେବଗଡ଼, ଅନୁଗୁଳ, ଭିମସାର ବୁର୍ଲା ବ୍ରହ୍ମପୁର ଏମ୍କେସିଜିରେ ଏହା ଆରମ୍ଭ ହେବ। ଏମ୍କେସିଜି ଭିମ୍ସାର ବୁର୍ଲାର କର୍କଟ ବିଭାଗରେ ରୋଗୀଙ୍କ ଲାଗି ଉନ୍ନତ ମାନର ଚିକିତ୍ସା ବ୍ୟବସ୍ଥା କରାଯିବ। ଏଥିପାଇଁ ରାଜ୍ୟ ସରକାର ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରିବେ।

18/08/2019

Leave a Reply

Your email address will not be published. Required fields are marked *

Comments