Bikash Khabar
ମିଶନ ଚନ୍ଦ୍ରଯାନ -୨, ଆଜି ଦିନ ୨ଟା୪୩ ରେ ଉତକ୍ଷେପଣ ପାଇଁ ଇସ୍ରୋ ପ୍ରସ୍ତୁତ

ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ନିଜର ବହୁ ପ୍ରତୀକ୍ଷିତ ଚନ୍ଦ୍ରଯାନ- ମିଶନକୁ ସଫଳ ରୂପ ଦେବାକୁ ପ୍ରସ୍ତୁତି ଚୂଡାନ୍ତ  କରିଛି ଏଥି ପାଇଁ ନିର୍ଧାରିତସମୟକୁ ଅପେକ୍ଷା କରାଯାଇଛି ଚନ୍ଦ୍ରଯାନ- ଉତକ୍ଷେପଣ ପାଇଁ ରବିବାର ସନ୍ଧ୍ୟା ୬ଟା ୪୩ରୁ ଅବଗଣନା ଆରମ୍ଭ ହୋଇଛି  ସୂଚନାନୁଯାୟୀ  ଆଜି ଅପରାହ୍ଣ ୨ଟା ୪୩ରେ ଚନ୍ଦ୍ରଯାନ- ଉତକ୍ଷେପଣ କରାଯିବ ପୂର୍ବରୁ ଯାନ୍ତ୍ରିକ ତୃଟି ଯୋଗୁଁ ଏହି କାର୍ଯ୍ୟକ୍ରମକୁ ଜୁଲାଇ ୧୫ରେ ସ୍ଥଗିତ ରଖାଯାଇଥିଲା  ଇସ୍ରୋ ମୁଖ୍ୟ କେ ସିଭନ କହିଛନ୍ତି, ‘ଚନ୍ଦ୍ରଯାନ- ଉତକ୍ଷେପଣ ସହିତ ଜଡ଼ିତ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ପ୍ରଥମ ପ୍ରସ୍ତୁତିରେ  ଯାନ୍ତ୍ରିକ ତୃଟି ଦେଖାଯିବା ପରେ ଉତକ୍ଷେପଣକୁ ନିର୍ଧାରିତ ସମୟର ଖୁବ କମ ସମୟ ପୂର୍ବରୁ ସ୍ଥଗିତ କରି ଦିଆଯାଇଥିଲା ଇସ୍ରୋର ପୂର୍ବତନ ମୁଖ୍ୟ .ଏସ. କିରଣ କୁମାର କହିଛନ୍ତି, କୌଣସି ଅଭିଯାନ ପୂର୍ବରୁ ଆମେ ତାକୁ ବିଭିନ୍ନ ସ୍ତରରେ ପରୀକ୍ଷା କରିଥାଉ ଗତ ଥର ଆମେ ଚନ୍ଦ୍ରଯାନ-୨ର ଉତକ୍ଷେପଣ ପୂର୍ବରୁ ତୃଟି ଦେଖିବାକୁ ପାଇଥିଲୁ ଏବେ ଆମେ ଏହି ମିଶନକୁ ସଫଳ ରୂପ ଦେବା ପାଇଁ ପ୍ରସ୍ତୁତ ଭାରତ ସମେତ ସାରା ବିଶ୍ୱ ଏହି ବହୁ ପ୍ରତିକ୍ଷିତ ଚନ୍ଦ୍ର ଯାନ - ମିଶନ ସଫଳତାକୁ ଅପେକ୍ଷା  କରି ରହିଛନ୍ତି।

22/07/2019

Leave a Reply

Your email address will not be published. Required fields are marked *

Comments